STORYMIRROR

Muna Bhoi

Others

3  

Muna Bhoi

Others

ପ୍ରିୟା ପ୍ରତିକ୍ଷା ରେ....

ପ୍ରିୟା ପ୍ରତିକ୍ଷା ରେ....

1 min
207

କେମିତି କହିବି ପ୍ରିୟା 

        ମୋ ହୃଦୟ ବେଦନା,

ତୋ ବିନା ଜୀବନଟା

         ଲାଗେ ଛିନା ଛିନା।

ଆସନ୍ତୁ କି ମୋ ଜୀବନେ

          ହୋଇ ଅପସରି,

ଚାଲୁଥାନ୍ତି ଚଲାପଥେ

           ହାତ ତୋର ଧରି।

ମୋ ହାତରେ ତୋର ହାତ,

          ତୋ ହାତେ ମୋ ହାତ

 ଚାଳୁଥାନ୍ତା ଦୁହେଁ ମିଶି

          ଏ ଜୀବନର ପଥ।

 ପରିସ୍ଥିତି ଯଦି ଅବା ଧର୍ଯ୍ୟ  

              ଲୁଟନ୍ତା ମୋହର,

 ସାହସ ର ପୁଷ୍ପଗୁଚ୍ଛା

            ତୁ କରନ୍ତୁ ହାଜର।

 ଚଲାପଥେ କେବେ ଯଦି 

         ଯାନ୍ତୁ ବାଟ ହୁଡ଼ି,

 ଦେଖାଇ ଦିଅନ୍ତି ବାଟ

         ହାତ ତୋର ଧରି।       

 ଆଉ ଶତ ଶତ ଜନ୍ମ ପାଇଁ 

       ଆମେ ସାଥୀ ହୋଇ,

 ଚାଳୁଥାନ୍ତା ଜୀବନର

         ଲମ୍ବା ପଥ ଦେଇ। 

     ସେଇ ଲମ୍ବା ପଥ ଦେଇ। 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍