Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Inspirational

3  

ବି. ନିରୁପମା

Romance Inspirational

ଯାଚି ଧରାଇଲ ବଳେ

ଯାଚି ଧରାଇଲ ବଳେ

1 min
126


ପହିଲି ଦେଖାରେ ତୁମେ ଦେଇଥିଲ

ପାଦକୁ ନୂପୁର ହଳେ 

ନାଇଁ କରୁ କରୁ ଅନୁରୋଧ କରି

ଯାଚି ଧରାଇଲ ବଳେ ।


ତୁମ ଶାନ୍ତଶିଷ୍ଟ ମିଠା ବ୍ୟବହାର

ମୋ ମନକୁ ନେଲା ଟାଣି 

କେଉଁ ଛଟକରେ କେତେବେଳେ ସତେ

ପାରିଲିନି ଜମା ଜାଣି ।


ଧୀରେ ଧୀରେ ହେଲା ଭାବ ଦିଆନିଆ

ସଭିଙ୍କ ଅଜାଣତରେ 

ଧରାପଡ଼ି ହେଲେ କେତେ ହଟହଟା

ଭାବିଦେଲେ ଦେହ ଥରେ ।


ତୁମ ଆମ ଘରେ ହେଲା ମନାନ୍ତର

ମୁଁ ହୋଇଲି ଗୃହବନ୍ଦୀ 

ବନ୍ଧୁଙ୍କ ସାହାଯ୍ୟ ନେଇ ବୁଝୁଥିଲ

ମୋ ଖବର ଅନ୍ଦିସନ୍ଧି ।


ଶେଷରେ ସରଳା ପିଉସୀ କଥାରେ

ବୁଝିଲେ ମୋ ବାପା ମାଆ 

ତୁମରି ଘରକୁ ପ୍ରସ୍ତାବଟି ଦେଲେ

କରିବାକୁ ଆମ ବାହା ।


ତୁମ ପରିବାର ରାଜି ବି ହୋଇଲେ

ଜାତିପ୍ରଥା ହେଲା ତୁଚ୍ଛ 

ନିର୍ବନ୍ଧ ପଡ଼ିଲା ପାଠ ପଢ଼ା ପରେ

ନାଇବି ସିନ୍ଦୂର କାଚ ।


ବରବେଶ ସାଜି ତୁମେ ଆସି ମୋତେ

ନେଇଯିବ ହାତଧରି 

ସଭିଙ୍କର ସେଠି ଆଦର ପାଇବି

ବୋହୁର କର୍ତ୍ତବ୍ୟ କରି 



Rate this content
Log in

Similar oriya poem from Romance