STORYMIRROR

Kalyani Nanda

Romance

3  

Kalyani Nanda

Romance

ପ୍ରୀତିଲଗ୍ନା ବସୁଧା

ପ୍ରୀତିଲଗ୍ନା ବସୁଧା

1 min
175

      


  ଷଡ ଋତୁ ଆଗମନେ ,

  ପ୍ରୀତିଲଗ୍ନା ବସୁଧା ନାନା ରଙ୍ଗେ,

  ନବ ନବ ରୂପେ ନିଜକୁ ସଜାଏ,

  କେବେ ଚନ୍ଦ୍ରମାକୁ ଲୁଭାଏ,

  କେବେ ଝରଣା ସାଥେ ଗୀତ ଗାଏ।


  ବର୍ଷାର ରିମଝିମ୍ ସୁରେ,

  କେକୀ ଯେବେ ପୁଚ୍ଛ ମେଲେ,

  କୃଷ୍ଣ ଘନକୁ ଧରା ଚାହିଁ ରହିଥାଏ,

  କେବେ ମତୁଆଲା ହୋଇ ଭିଜିବ ବର୍ଷାରେ,

  ମହକାଇ ଗଗନେ, ପବନେ ,

  ତା ଦେହର ଭୁରୁ ଭୁରୁ ଗନ୍ଧେ,

  ପ୍ରୀତି ଶୃଙ୍ଗାରିଣୀ ଧରା ବର୍ଷା ସାଥେ,

  ପାଦ ମିଳାଇ ନାଚିବ ସେ ଛନ୍ଦେ ଛନ୍ଦେ।


 ଯେବେ କାଶତଣ୍ଡୀ ହସେ,

 ବନ,ଉପବନେ ଫୁଲର ଗନ୍ଧେ,

 ପ୍ରେମମୟୀ ପ୍ରକୃତି ଭିଜୁଥାଏ ,

 ଟୋପା ଟୋପା ଶିଶିର ବିନ୍ଦୁରେ,

 କଳିକା ଲାଜେଲାଜେ ପାଖୁଡ଼ା ମେଲେ, 

 ମଳୟ ପରଶେ ସୁମନ ବାଟିକା ରେ,

 ମୃଦୁ ମୃଦୁ ଭ୍ରମର ଗୁଞ୍ଜନ ରେ,

 ଯମୁନା କୂଳେ ,କଦମ୍ବ ମୂଳେ,

 ପ୍ରୀତି ଶୃଙ୍ଗାରିଣୀ ରାଧିକା କୃଷ୍ଣ ସାଥେ,

 ପ୍ରେମ,ପ୍ରୀତି ର ରାସରଙ୍ଗ ରେ ମଜ୍ଜିଯାଏ।


 ଗ୍ରୀଷ୍ମ ଆଗମନେ ରୌଦ୍ରର ଉଷ୍ମ ପରଶେ,

 ଧରା ବକ୍ଷେ କମ୍ପନ ଜାଗେ,

 ପଲାଶ ରଙ୍ଗେ ସବୁଜ ବନାନୀ ହସେ,

 ବଉଳର ଗନ୍ଧେ, ମିଠା ମିଠା ସୁରେ,

 କୋକିଳ ପଞ୍ଚମ ତାନେ ଗୀତ ଗାଏ,

 ପ୍ରେମମୟୀ ବସୁଧା ଶୃଙ୍ଗାର କରେ,  

 ନୀଶିଥ ରଜନୀର ଶେଷ ପ୍ରହର ଯାଏଁ,                                

 ପ୍ରୀତି ଶୃଙ୍ଗାରିଣୀ ଧରା ଜହ୍ନ ରାତିରେ,

 କଁଇ ସାଥେ ପ୍ରେମ ସୁଧା ପାନ କରୁଥାଏ ।।

  

  

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance