ସ୍ମୃତି
ସ୍ମୃତି
ସକାଳରେ ଯେବେ ପୁନେଇ ଚାନ୍ଦ ଟା
ବାଦଳରେ ଲୁଚି ଯାଏ,
ପାଣି ଆଣି ଯାଏ ସେତେବେଳେ ପ୍ରିୟା
ମତେ ଦେଖି ଲାଜେଇ ଯାଏ ।
ସରମରେ ସିଏ ଓଢଣା ଟାଣି
ସ୍ମିତ ହସ ଟିଏ ଦିଏ,
ସେ ହସ ମୋ ପାଇଁ ଖୁସି ଆଣି ଦିଏ
ମୁଁ ସବୁ କାର୍ଯ୍ୟ ରେ ସଫଳ ହୁଏ ।
କଣେଇ କଣେଇ ଚାହେଁ ନୀତି ମତେ
ମୋ ମନ କେମିତି କେମିତି ହୁଏ,
ସାଇକଲ ଧରି ସ୍କୁଲ ଗଲା ବେଲେ
ସବୁ କଥା ତାର ଆଖିରେ କହି ଦିଏ ।
ଫେରିବା ବାଟରେ ଚିଠି ଟିଏ ଫିଙ୍ଗେ
ଚିଠି ପଢ଼ି ମୋ ମନ ଖୁସି ହୁଏ,
ନଇଁ କୁଲେ ଭେଟିବ ବୋଲି ପ୍ରିୟା
ଚିଠିଟିରେ ଲେଖି ଥାଏ ।
ଭାରି ଖୁସି ଲାଗେ ତା ଦେଲା ଚିଠି
ସଞ୍ଜ ବେଲେ ତା ସହ ଦେଖା ହୁଏ,
ମୋ ବିଷୟରେ କେତେ ଅଭିଯୋଗ
ଗୋଟି ଗୋଟି କରି କୁହେଁ ।
ପୁଣି ଆସିବ ବୋଲି ପ୍ରତିଶ୍ରୁତି ଦେଇ
ଚୁମ୍ବନଟେ ଦେଇ ଘରକୁ ଫେରି ଯାଏ,
ସେ ଚାଲି ଗଲେ ଭାରି ଦୁଃଖ ଲାଗେ
ମୁଁ ପୁଣି ସକାଳକୁ ଅନାଇ ଥାଏ ।