ତୁଇ ମୋର୍ ସରଗ ପରୀ
ତୁଇ ମୋର୍ ସରଗ ପରୀ
ତୁଇ ତ ମୋର୍ ମନର ରାନି
ଆଏସୁ ମୋର୍ ସପନ ଥି
ତୋତେ କେଭେଁ ଭୁଲି ନି ପାରେ
ମିଶି ଜେଇଛୁ ମୋର୍ ଜୀବନ ଥି ।
ଆଖି ଦୁଇଟା ତୋର ମହନି ଭରା
ମୁହୁନେ ତୋର ମୁଲକି ହସି
ଗୁରା ଦିହି ତୋର ଏତକି ସୁନ୍ଦର
ମୋର୍ ହୁରୁଦ ଯାଇଛେ ରସି ।
ମଗମଗାସି ତୋର ଦିହିଁର୍ ବାସନା
ମନ କେ ମୋର୍ ନେସି ଘିନି
ଲାଲ ଜର୍ ଜର୍ ଓଠର ଲାଳି
ଦେଖି ପାଗଲବଝା ହେଇ ଗନି ।
ଚାଲଲେ ତୁଇ ପାଦର ପାଏଝଲ୍
ସାତ୍ ସୁରେ ଛମ ଛମ କରୁ ଥିସି
କଥା ହେଲେ ତୁଇ ତୋର ମୁହୁ ନୁ
ମିଠା ମିଠା ମହୁ ଝରୁ ଥିସି ।
ପୁନି ଜନ ଲେଖେ ତୋର ଚେହେରା
ଝକଝକ କରି ସୁନ୍ଦର ଦିଶୁଥିସି
ଗଜରା ଲଗେଇ ଚାଲି ଗଲେ ତୁଇ
ସବୁଆଡେ ମହମହ ବାସୁ ଥିସି ।
ଦେଖିଛେ କେତେ ଟୁକେଲ ମାନେ
ନାଇଁ ଦେଖି ତୋର ଏନ୍ତା ସୁନ୍ଦରୀ
ତୁଇ ତ ଗୁଟେ ରାଜକୁମାରୀ
ତୁଇ ମୋର୍ ଲାଗି ସରଗ ପରୀ ।