Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Romance

4.0  

Pranati Panda

Romance

ପ୍ରୀତି

ପ୍ରୀତି

1 min
239


ହୃଦୟର ଏକ ଆବେଗର ସ୍ପର୍ଶ

ଆଶା ଭରସାର ନାମଟି ପ୍ରୀତି ,

ଅକୁହା କଥାର ସ୍ନେହ ବୋଳା ଭାଷା

ହୃଦୟର ଦୃତ ସ୍ପନ୍ଦନ ସ୍ଥିତି ।


ବାଆଁରା ମନର ଅତନ୍ଦ୍ର ନୟନେ

ସଜ୍ଜିତ ସପନ କି' ଦିନ, ରାତି ,

ସରଗ ରାଇଜ ପାରିଜାତ ସେ'ତ

ସ୍ୱପ୍ନର ଅପୂର୍ବ ପୁଲକ ସ୍ମୃତି ।


ଜୀବନ ଦୀପର ଆଶା ସଳିତାରେ

ଚଉଁରା ମୂଳର ସେ' ସଞ୍ଜବତୀ ,

ଅନ୍ଧାର ରାତିର ମଧୁ ମକରନ୍ଦ

ରଜନୀ ଆଳାପ ଭାବ'ହିଁ ପ୍ରୀତି । 


ମଧୁପ ମୂର୍ଚ୍ଛନା ପୁଷ୍ପେ ଶିହରଣ

ବସନ୍ତ ମଳୟ ବିଳାସ ରାତି ,

କାମରେ କାମୁକ ଭ୍ରମରେ ଭ୍ରମର

ମଧୁର ସ୍ପର୍ଶହିଁ ତା'ର ପ୍ରକୃତି ।


ଶବ୍ଦରେ, ରଙ୍ଗରେ ରୂପରେ ବର୍ଣ୍ଣନା

ସବୁଠିଁ ତା' ଆବିର୍ଭାବ'ର ଗୀତି ,

ନାମ ରସାୟନ ଅମୃତ ସମାନ

ଆନନ୍ଦେ ବିଭୋର ନାମ ତା' ପ୍ରୀତି ।

       

       


Rate this content
Log in