ମୋ ବାପା
ମୋ ବାପା
ଦୁନିଆ କୁହଇ ବାପା ଭଗବାନ
ଦ୍ଵିତୀୟ ଈଶ୍ୱର ସିଏ ,
ସ୍ରଷ୍ଟା ହୋଇ ସୃଷ୍ଟି କରନ୍ତି ବୋଲି ତ
ବାପା ପରି କେହି ନୁହେଁ।
ଦେବତା ସାକ୍ଷାତ କରି ନାହିଁ କେବେ
ଦେବ ଠାରୁ ବଡ଼ ତୁମେ ,
ବାପା ଙ୍କ ଗରିମା ବର୍ଣ୍ଣନା କରିବା
ନିଶଦ୍ଦ ମୁଁ ଏଇ ଜନ୍ମେ ।
ତୁମ ଆବର୍ତ୍ତନେ ଜିଇଁବା ଜୀବନେ
ଯନ୍ତ୍ରଣା ଦିଅଇ ମନେ ,
କେତେ ଦୂର ତୁମେ ଘର କରିଦେଲ
ଭାବୁଛି ମୁଁ ମନେ ମନେ।
ସୁଖ ବେଳେ ତୁମେ ଦୁଃଖ ବେଳେ ତୁମେ
ମନେ ପଡ଼ ବାରମ୍ବାର ,
ଆଖି ଲୁହ ଭରି ରହିଛି ଅନାଇ
ବାପା କି ଫେରିବେ ମୋର।?
ପ୍ରତିବର୍ଷ ଯେବେ ଶ୍ରାଦ୍ଧ ତୁମ ଆସେ
ହୃଦ ହୁଏ କୋହ ମୋହ ,
କିଏ ବା' ବୁଝିବ ହୃଦୟ ବେଦନା
ଲହୁ ହୋଇ ବହେ ଲୁହ।
ଯେଉଁ ଠାରେ ଥାଅ ଶାନ୍ତିରେ ହିଁ ରୁହ
ଆଉ କଷ୍ଟ ପାଅ ନାହିଁ ,
ଅନେକ ଯେ, କଷ୍ଟ ଜୀବନେ ସହିଛ
ମୁକ୍ତିପଥ ଯାଅ ଛୁଇଁ।
ପବିତ୍ର ଆତ୍ମାଟି ଶାନ୍ତି ଲାଭ କରୁ
ପ୍ରଭୁ ପଦେ ଏହି ଅଳି ,
ତୁମ ପରି ସତ କେହି ଯେ ନୁହେଁ ତ
ଅଶ୍ରୁ ଦିଏ ଶ୍ରଦ୍ଧାଞ୍ଜଳି ।