Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.5  

Pranati Panda

Inspirational Others

ମିଛ ମାୟା ଏ ସଂସାର

ମିଛ ମାୟା ଏ ସଂସାର

1 min
246



କହିଥିଲେ ଅବା ଲେଖିଥିଲେ ଯିଏ

ମିଛ ମାୟା ଏ ସଂସାର ,

ହୁଅନ୍ତୁ ସେ ନର ଅବା ସେ ଦେବତା

ତାଙ୍କୁ ଶତ ନମସ୍କାର ।


ଅନୁଭୁତି ନିଶ୍ଚେ ପାଇଥିବେ ସିଏ 

ଜୀବନରେ ବାରମ୍ବାର ,

ଠକିଥିବେ ବୋଧେ ମିଛ ସମ୍ପର୍କରେ

ବୋହିଥିବ ଅଶ୍ରୁଧାର।


ମାୟା ଆଳୟରେ ବୁଡ଼ିଥିବେ ନିଶ୍ଚେ 

ନକରି ବାଛ ବିଚାର,

ହେଉ ସେ ଆପଣା ଅଥବା ସେ ପର

ଚେତିଥିବେ କେତେବାର ।


ଭାବ ବନ୍ଧନରେ ନିଶ୍ଚେ ବାନ୍ଧିଥିବେ

ସେତୁବନ୍ଧ ସମ୍ପର୍କର ,

ନିର୍ମାଣଧିନ ସେ ସେତୁ ବନ୍ଧ କିନ୍ତୁ

ଭାଙ୍ଗିଥିବ ବାରମ୍ବାର।


ନିଶ୍ୱ ହୃଦୟରେ ଜାଗା ଟିଏ ପାଇଁ

ଆକୁଳେ କରି ଚିତ୍କାର ,

ହତାଶ, ନିରାଶ ନିଶ୍ଚେ ହୋଇଥିବେ

ଦେଖି ଶୂନ୍ୟ " ମୁଁ " ବେଭାର।


କର୍ତ୍ତବ୍ୟ ପଥରେ ହଜାଇ ଶେଷରେ

ଶୁଣିଥିବେ ଏକ ଉତ୍ତର ,

ତୁ ନୁହେଁ ମୋରରେ ମୁଁ ନୁହେଁ ବି ତୋର 

କେହି ନୁହଁନ୍ତି କାହାର ।


ମୋହଭଙ୍ଗ ନିଶ୍ଚେ ହୋଇଥିବ ତାଙ୍କ

ହୋଇଥିବେ ସେ ପଥର ,

ସେଦିନ ସତରେ ମୁଖୁ ଝରିଥିବ

ମିଛ ମାୟା ଏ ସଂସାର।।


  


Rate this content
Log in

Similar oriya poem from Inspirational