Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Inspirational

4.5  

Pranati Panda

Abstract Inspirational

ଅମୃତ ଲଭିବା ଜୀବନେ

ଅମୃତ ଲଭିବା ଜୀବନେ

1 min
316


କିଏ ପର କିଏ ଆପଣା

     ସଭିଙ୍କର ଏକ ଠିକଣା ,

ବୃଥା ଜାତି ଧର୍ମ ଭାବନା 

     ବିଚିତ୍ର ଏ, ଭାବ ଧାରଣା ।


ଗୋଟିଏ ଶକତି ଈଶ୍ୱର

      ସର୍ବମୟ କର୍ତ୍ତା ବିଶ୍ଵର ,

ମଣିଷ ଶରୀର ନଶ୍ୱର

    ଦାସ ପରା ଆମେ ପ୍ରଭୁର।


ଲୋଡ଼ା ନାହିଁ ବଳ କ୍ଷମତା

     ଦେଖାଣିଆ ଶକ୍ତି ଦକ୍ଷତା ,

ଭେଦ ଭାବ ପୂର୍ଣ୍ଣ ଯୋଗ୍ୟତା

      ତୁଟାଇ ବାଣ୍ଟିବା ମମତା।


 ଈଶ୍ବର ହିଁ ବଡ଼ ଦେବତା

     ମନେ ଭରି ଆମେ ଏକତା,

ସରଗ ସୁନ୍ଦର ସମତା 

    ସର୍ବେ ମନେ ରଖି ଏ ,ଚିନ୍ତା।


ମୁଖେ ଭରି ହସ ଝଲକ

      ଚେନାଏ ଖୁସିର ପୁଲକ , 

ଭେଦ ଭାବ ଭୁଲି ଅନେକ

    ଜାଳିବା ନୂତନ ଆଲୋକ ।


ଈଶ୍ବରଙ୍କ ସୃଷ୍ଟି ସଭିଏଁ

    ଏକ ଆମେ ଦୁଇ ତ, ନୁହେଁ ,

 ଭାବନା ଆଣିବା ଏ, ମନେ

     ଅମୃତ ଲଭିବା ଜୀବନେ ।


Rate this content
Log in

Similar oriya poem from Abstract