STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

ଅମାପ ଆଶା

ଅମାପ ଆଶା

1 min
214

ବିଭାବରୀ ସାଥେ

ବିଭୋର ମୁଁ ସତେ

ବିତିଲା ବିଳମ୍ବେ ଭରି ବେଦନା

ବହିଯାଏ ଅଶ୍ରୁ ବିରହ ବ୍ୟଥାରେ

ବଞ୍ଚି କି ପାରିବି କହି ଦିଅନା ।।


କମନୀୟ କାନ୍ତି

କାନ୍ତଙ୍କର କାୟା

କେମିତି କଟାକ୍ଷ କଲା କାକଳି

କର ଧରି କାହ୍ନୁ କରନ୍ତି କଳ୍ପନା

କହିବ କି ପ୍ରିୟା କାହାର କନ୍ୟା ।।


ଚମକେ ଚାନ୍ଦିନୀ 

ଚିତ୍ରିତ ଚକ୍ଷୁରେ

ଚରିତାର୍ଥ ଚାହିଁ ଚକୋର ଚିତ୍ତ

ଚତୁର୍ଦ୍ଦିଗ ଚିନ୍ତି ଚନ୍ଦନ ଚର୍ଚ୍ଚିତ

ଚମକ ଚାତୁର୍ଯ୍ୟ ଚନ୍ଦ୍ର କିଶୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance