Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Romance

3  

Prafulla Das

Romance

ଅଲାଜୁକି କଇଁ

ଅଲାଜୁକି କଇଁ

1 min
188



ଦିଵସରେ କଇଁ

ନିଦେ ଶୋଇ ଶୋଇ

ସପନ ଦେଖଇ

ହୋଇଲା କି ସଂଜ

ଶଶୀ ଆଇଲେ କି ଉଇଁ


ଆକାଶରେ ଜହ୍ନ

ମନଟା ଉଛନ

ସୂରୁଜ ଯାଇନି ନଇଁ

ସାରା ଦିନ ଆଜି ଵିତି ତ ଗଲାଣି

ମିଳନର ବେଳ ଉଛୁର ହେଲାଣି

ଫେରି ଆସ ଦିନମଣୀ


ପ୍ରେମ ରସେ ରସି ତାମରସ

ଫେରିବାକୁ ମନୁ କରୁନାହିଁ ଭାନୁ

ପ୍ରେମିକଟେ ହୋଇ ଅରବିନ୍ଦ 

ବିରହ ଯନ୍ତ୍ରଣା କିବା ଭଲ ମନ୍ଦ 

ନଦୁ ଉଠି କଇଁ ହୁଏ କାନ୍ଦ କାନ୍ଦ 


କଇଁ ମନ ଵୁଝି କମଳ

ଦେଲା ମେଲାଣି

ଚଣ୍ଡାଶୁଂ ଯିବାକୁ ହେଲେ ଚଞ୍ଚଳ

ପୂରୁବ ଆକାଶେ 

  ଖଣ୍ଡେ ମେଘ ମାଳ

ଲୁଚାଇ ଦେଲା ସେ

  ଚାନ୍ଦ ମୁଖମଣ୍ଡଳ

ମୁହଁ ଦେଖି ବାକୁ କଇଁ

ହୁଏ ବିକଳ

ଏଡ଼େ ଅଲାଜୁକି ଆଲୋ କୁମୁଦ

ହସି ହସି କହେ

ସରସୀ ଜଳ ॥



Rate this content
Log in

Similar oriya poem from Romance