ଶିଶୁଙ୍କ ଅପୂର୍ବ ଲୀଳା
ଶିଶୁଙ୍କ ଅପୂର୍ବ ଲୀଳା
ଗୀତା ଭାଉଜଙ୍କ ଯାଅଁଳା ଝିଅର
ଅପୂର୍ବ ଲୀଳାକୁ ଦେଖ,
ବର୍ଷେ ହେଉଅଛି ରାବ ଦେଉଛନ୍ତି
ପିଲାଙ୍କୁ ଏବେ ଦେଖ।୧।
ତନୁ ସୋନୁ ତାଙ୍କ ନାମକୁ ରଖିଲେ
ଅଜା ଦେଇଛନ୍ତି ବାଛି,
ସୋନୁ ଆଙ୍ଗୁଳିକୁ ତନୁ ମୁଖେ ଚାପି
ମାଆ କ୍ଷୀର ଭାବୁଅଛି।୨।
ହସି ଉଠୁଥାନ୍ତି କାନ୍ଦି ଦେଉଥାନ୍ତି
ସୁସୁ କରନ୍ତି ପଲଙ୍କେ,
ଏକ ଆରେକକୁ ଅଜାଡି ଧରନ୍ତି
ଲୀଳା କରନ୍ତି ପଲଙ୍କେ।୨।
କୋଳାହଳ ରାବେ କମ୍ପି ଉଠେ ଘର
ଅଜା ଜଗିଥାଏ ତହିଁ,
ଟିକେ କାନ୍ଦି ଦେଲେ ଦୌଡ଼ି ଆସଇ
ଆଇ ରାଗି ଉଠେ ତହିଁ।୩।
ପତିକୁ କୁହଇ ବୄଥାରେ ବସିଛ
ନାତୁଣୀ କାନ୍ଦନ୍ତି ଜରେ,
ପ୍ରୟୋଜନ ନାହିଁ ଜଗିବା ତୁମ୍ଭର
କାର୍ଯ୍ୟ କର ଯାଇ ଘରେ।୪।
ହସି ଉଠୁଥାନ୍ତି ନାତୁଣୀ ତାହାର
ଅଜାଆଇ କଥା ଶୁଣି,
କୁଣ୍ଢେଇ ଧରନ୍ତି ଏକ ଆରେକକୁ
ଅଜାଆଇ କଥା ଶୁଣି।୫।
ବୋହୁକୁ ଡାକଇ ଗୀତା ଗୀତା କହି
ଶୀଘ୍ର ଆସ ବୋହୁ ମୋର,
କ୍ଷୀର ଦିଅ ମୋର ନାତୁଣୀଙ୍କୁ ତୁମେ
କାନ୍ଦନ୍ତି ନାତୁଣୀ ମୋର।୬।
ରନ୍ଧାବଡା କାର୍ଯ୍ୟ ପଛରେ କରିବୁ
ନାତୁଣୀକୁ କ୍ଷୀର ଦିଅ,
ଆତୁର ହେଲେଣି ଦୁଇ ଝିଅ ତୋର
ଶୀଘ୍ର ଆସି କ୍ଷୀର ଦିଅ।୭।
ଗୀତା ଭାଉଜଙ୍କ ଯାଅଁଳା ଝିଅର
ଅପୂର୍ବ ଲୀଳାକୁ ଦେଖ,
ବର୍ଷେ ହେଉଛି ରାବ ଦେଉଛନ୍ତି
ପିଲାଙ୍କୁ ଏବେ ଦେଖ।୮।

