STORYMIRROR

Alok Ranjan Dash

Romance

3  

Alok Ranjan Dash

Romance

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
261

ତୁମ ଅପେକ୍ଷାରେ

ବସିଥାଏ ଯାଇ ସମୁଦ୍ର କୂଳରେ

ସୂର୍ଯ୍ୟ ଉଇଁ ଅସ୍ତ ହୁଏ, ଲହରୀ ଆସେ ଫେରିଯାଏ

ମୁଁ ଗଢୁଥିବା ବାଲିଘର ବାରମ୍ବାର ଭାଙ୍ଗିଦିଏ

ତଥାପି ମୁଁ ଗଢ଼େ,

ଖାଲି ତୁମ ଅପେକ୍ଷାରେ ।।

ତୁମ ଅପେକ୍ଷାରେ

ଶୋଇ ସ୍ୱପ୍ନ ଦେଖେ ଶେଯ ଉପରେ

ରାତି ଯାଇ ଦିନ ହୁଏ

ସ୍ୱପ୍ନ ସବୁ ମିଳେଇଯାଏ

ତଥାପି ମୁଁ ଦେଖେ,

ତୁମ ଅପେକ୍ଷାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance