Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Romance

3  

PUSPALATA SAHOO

Romance

ବିଚ୍ଛେଦ

ବିଚ୍ଛେଦ

1 min
125


ମିଳନ ବିଚ୍ଛେଦ ଦୁହେଁ ଦୁହିଁଙ୍କର 

ପରିପୂରକ ଅଟଇ 

ଗୋଟିଏ ଛାଡିଲେ ଆନଟି ପୁଣି 

ଅଲୋଡ଼ା ହୋଇ ଥାଇ ।


ପ୍ରେମରେ ପଡିଲେ ଦୁଇଟି ମନର 

ମିଳନ ପରବ ଆସେ 

ସୁଖରେ ଦୁଃଖରେ ବଞ୍ଚିବା ପାଇଁକି 

ହାତେ ହାତ ଛନ୍ଦି ବସେ ।


ମିଳନର ଋତୁ ଭାରି ମିଠା ସତେ 

ବୁଝିବ ପ୍ରେମୀ ଯୁଗଳ 

ସ୍ୱପନେ କେବେବି ବିଚ୍ଛେଦର ଚିନ୍ତା 

ମନରେ ତୁମେ ନ ଭାଳ ।


ବିଚ୍ଛେଦ ଆସିଲେ ଜୀବନ ଜଞ୍ଜାଳେ 

ଇତି ହେବ ସମ୍ପର୍କର 

ଯେତେ ବୁଝାଇଲେ ମନ ବୁଝିବନି 

ବିଚ୍ଛେଦର ଦୁଃଖ ଭାର ।


Rate this content
Log in

Similar oriya poem from Romance