STORYMIRROR

Alok Ranjan Dash

Others

3  

Alok Ranjan Dash

Others

ଫଗୁଣ ର ଶେଷ ରାତି

ଫଗୁଣ ର ଶେଷ ରାତି

1 min
174

ଆଜି ଫଗୁଣ ର ଶେଷ ରାତି

ତୁମେ ଭାରି ମନେପଡ଼,

ମନେପଡେ ଅତୀତର ସବୁ ସ୍ମୃତି

ପିଲାବେଳ ଫଗୁ ଖେଳ ।।

ସଭିଏଁ ଅଛନ୍ତି ନାହଁ ତୁମେ ଖାଲି

ତୁମ ବିନା ସବୁ ଫିକାଫିକା,

ଯିଏ ଯେତେ ମୋତେ ରଙ୍ଗେ ରଙ୍ଗାଇଲେ

ତୁମ ପ୍ରୀତି ରଙ୍ଗ ଚାହେଁ ଏକା ।।

ତୁମ ପ୍ରୀତି ରଙ୍ଗ ଭାରି ଗାଢ଼ ପରା

ଲାଗିଲେ ଛାଡେନା ଆଉ,

ହେ ଜଗତସାଇଁ ତୁମ ରଙ୍ଗ କଳା

ମୋ ମନୁ ଲିଭି ନଯାଉ ।।

ଆର ଫଗୁଣକୁ ରହିଲା ମୋ ରାଣ

ନିଶ୍ଚୟ ଆସିବ ସଖା,

କୋରନା ବେମାର କରିଦିଅ ଦୂର

ବିଶ୍ୱକୁ କର ହେ ରକ୍ଷା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍