STORYMIRROR

Alok Ranjan Dash

Others

4  

Alok Ranjan Dash

Others

ମୁଁ ଜନତା

ମୁଁ ଜନତା

1 min
243

ନା, ମୋତେ ଶୁଣାଯାଉନାହିଁ

କିମ୍ବା ମୁଁ ଶୁଣିବାକୁ ଚାହେଁନି,

ତୁମର ଆଡମ୍ବରପୂର୍ଣ୍ଣ ଭୋଟ ପ୍ରଚାର,

ଡ଼ାକବାଜି ଯନ୍ତ୍ର ରେ ବାଜୁଥିବା ସେହି

ତଥାକଥିତ ଜିନ୍ଦାବାଦ ର ଧ୍ୱନି ।

ପାଞ୍ଚବର୍ଷ କାଳ ତୁମେ ବଧିର ଥିଲ

ଏବେ ମୁଁ ହୋଇଯାଇଛି,

କର୍ଣ୍ଣ ମୋର୍ ପ୍ରସ୍ତୁତ ନୁହେଁ ଶୁଣିବାକୁ

ତୁମର ମିଛ ପ୍ରତିଶ୍ରୁତି ।

ଆଉ ତୁମେ ହେବ ନାହିଁ ମୋର ଭାଗ୍ୟନିୟନ୍ତା,

ମୁଁ କେତେ ଶକ୍ତିଶାଳୀ

ତାହା ଦେଖିନେବ ଏଥରକ,

ମୁଁ ଜନତା ।।


Rate this content
Log in