STORYMIRROR

Alok Ranjan Dash

Romance

4  

Alok Ranjan Dash

Romance

ତୁମେ ଗଲାପରେ

ତୁମେ ଗଲାପରେ

1 min
279

କରିଦେଇ ଏକା ଚାଲିଗଲ ଦୂରେ

ଠିିିକଣା ତୁମର ନାହିଁ,

କାହାକୁ କହିବି ମନର ବ୍ୟଥା କୁ

ସେ କଥା ଭାବୁଛି ମୁହିଁଁ ।।


ମନରେ ରହିଛି ତୁମରି ଛବିଗୋ

ନିଇତି ଆସ ସପନେ,

ତୁମ କଥା ସବୁ ହେଉଛି ଝୁରିଗୋ

ଦିିିନ ବିିତୁଛିି ମୋ ରୋଦନେ ।।


ଚାଲିଗଲ ହୃଦେ ପ୍ରେମର ପ୍ରଦୀପ

ତୁମେ ସିନା ଜାଳିଦେଇ,

ପ୍ରେମର ଅନଳେ ହୁତୁହୁତୁ ଜଳେ

ଦଗ୍ଧ ପରାଣ ନେଇ ।।

ଭାବିଲ ଖେଳଣା ଜୀବନକୁ ମୋର

ଖେଳିଦେଇ ଚାଲିଗଲ,

ତୁମେ ଗଲାପରେ ବିରହ ବେଦନା

କରେ ମୋତେ ଅସମ୍ଭାଳ ।।

ମନେ ତୁମ ଥିଲା ଏତେ ପ୍ରତାରଣା

ବୁଝି ମୁଁ ପାରିଲି ନାହିଁ,

କରୁଛି ପ୍ରଚେଷ୍ଟା ତୁମ ସ୍ମୃତିନେଇ

ମୁହୂର୍ତ୍ତେ ବଞ୍ଚିବା ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance