STORYMIRROR

Alok Ranjan Dash

Others

3  

Alok Ranjan Dash

Others

ଗରିବ ଟିଏ ମୁଁ

ଗରିବ ଟିଏ ମୁଁ

1 min
187

ତୁମେ କାଶି ଦେଲେ ବି

ତୁମରି ବାର୍ତ୍ତା ଦିଗବିଦିଗ ଛୁଟେ,

ମୁଁ ଗରିବ ଟିଏ, କେହି ପଚାରନ୍ତି ନାହିଁ

ଯଦି ବି ମୋର୍ ମୁଣ୍ଡ ଫାଟେ ।

ଉଚ୍ଚ ଅଟ୍ଟାଳିକା ରେ ତୁମେ ଶୋଇଯାଅ

ଆରାମରେ , ଖାଇଦେଇ ପେଟେ

ଆଉ ଏପଟେ?

ମୋର ଭାତ ହାଣ୍ଡିରେ ଖୁଦ ବେଶି

ଆଉ ଅନ୍ନ କିଛି କମ୍ ଫୁଟେ ।

ତୁମ ସ୍ବେଦ ଗନ୍ଧ ବି ବାସ୍ନା ହୋଇ

ଚାରିଆଡେ ଖେଳିଯାଏ,

ମୋର ଝାଳବୁହା କର୍ମଠ ଶରୀରକୁ

ଦେଖିଦେଲେ, ତୁମ ନାକ ଟେକି ହୋଇଯାଏ,

ତଥାପି କିଛି ନକହି ନୀରବ ସାଜେ,

କାରଣ ତୁମ ପାଷାଣ ଶରୀର କୁ

କହିବି ମୁଁ କେଉଁ ଲାଜେ ?

ତୁମ ଶୋଷ ମେଣ୍ଟାଇବା କୁ

ଯନ୍ତ୍ରଦତ୍ତ ପାଣି ର ଅଭାବ ନଥାଏ,

ମୋତେ ଶୋଷ କଲେ ମୁଁ

ଆଖିର ପାଣିକୁ ପିଇ ନିଏ ,

ତୁମ ଓ ମୋ ଭିତରେ କେବଳ ଏତିକି ପାର୍ଥକ୍ୟ

ଅନ୍ୟଥା ଜୀବନ ଯାତ୍ରାର ଶେଷରେ

ନା ତୁମପାଇଁ କିଏ ଥିବ

ନା ମୋ ପାଇଁ କିଏ ଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍