ମୁଁ ଜନତା
ମୁଁ ଜନତା
1 min
235
ନା, ମୋତେ ଶୁଣାଯାଉନାହିଁ
କିମ୍ବା ମୁଁ ଶୁଣିବାକୁ ଚାହେଁନି,
ତୁମର ଆଡମ୍ବରପୂର୍ଣ୍ଣ ଭୋଟ ପ୍ରଚାର,
ଡ଼ାକବାଜି ଯନ୍ତ୍ରରେ ବାଜୁଥିବା ସେହି
ତଥାକଥିତ ଜିନ୍ଦାବାଦର ଧ୍ୱନି ।
ପାଞ୍ଚ ବର୍ଷ କାଳ ତୁମେ ବଧିର ଥିଲ
ଏବେ ମୁଁ ହୋଇଯାଇଛି,
କର୍ଣ୍ଣ ମୋର ପ୍ରସ୍ତୁତ ନୁହେଁ ଶୁଣିବାକୁ
ତୁମର ମିଛ ପ୍ରତିଶ୍ରୁତି ।
ଆଉ ତୁମେ ହେବ ନାହିଁ ମୋର ଭାଗ୍ୟନିୟନ୍ତା,
ମୁଁ କେତେ ଶକ୍ତିଶାଳୀ
ତାହା ଦେଖିନେବ ଏଥରକ ,
ମୁଁ ଜନତା ।।