STORYMIRROR

Alok Ranjan Dash

Classics

3  

Alok Ranjan Dash

Classics

ବ୍ୟସ୍ତ ଜୀବନରୁ ବିଶ୍ରାମ

ବ୍ୟସ୍ତ ଜୀବନରୁ ବିଶ୍ରାମ

1 min
271


ମନରେ ନେଇ ମୁଁ ଅନେକ ଆଶା

ଚାଲିଥିଲି ନିଜ ବାଟରେ,

ହେଲେ ଏ ଜୀବନ ସ୍ୱଳ୍ପ ସମୟ

ଆଶା ରହିଅଛି ଆଶାରେ ।

ଏତେ ଦିନ ଧରି ଜୀବନ ରାସ୍ତାରେ

ଥକି ଗଲି ଚାଲି ଚାଲି,

ସଭିଙ୍କୁ ସନ୍ତୁଷ୍ଟ କରିବା ଚେଷ୍ଟାରେ

ନିଜକୁ ବି ଭୁଲି ଗଲି ।

ଭାବିଛି ଜୀବନର କିଛି କ୍ଷଣ ଏବେ

ନିଜ ପାଇଁ କି ଦେବି,

ଅନ୍ୟ ପାଇଁ ବଞ୍ଚି, ଲଢ଼ି ଆଉ ମୁଁ ପାରୁନି

ଏବେ ମୁଁ ବିଶ୍ରାମ ନେବି ।


Rate this content
Log in

Similar oriya poem from Classics