ତୁମ ବିନା ମୁଁ
ତୁମ ବିନା ମୁଁ
ପାରୁନି ମୁଁ ରହି ତୁମରି ବିନା
ତୁମ ବିନା ମୁଁ ଯେ କିଛି ଚାହେଁନା ।
ତୁମେ ମୋ ସକାଳ ତୁମେ ମୋର ସନ୍ଧ୍ୟା
ତୁମେ ମୋ ଚାନ୍ଦିନୀ ରାତି ।
ସେ ଚାନ୍ଦିନୀ ରାତିରେ ଆଖିର ସ୍ୱପ୍ନରେ
ଦେଇଯାଅ କେତେ ପ୍ରୀତି ।
ଆସୁଛ ସ୍ୱପ୍ନରେ ପାଉନି ପାଖରେ
ସ୍ୱପ୍ନ ରହିଯାଏ ଆଖିରେ ଆଖିରେ ।
ସାଥି କେବେ ତୁମେ ଆସିବ ପାଖକୁ
ଦେବ ମୋ ହୃଦୟେ ତୁମ ପ୍ରେମକୁ ।
ସତ ମୁଁ କହୁଛି ତୁମବିନା ସାଥି
ପାରୁନି ମୁଁ କ୍ଷଣେ ବୁଝି ।
ବୁଝି ତ ପାରେନି ବୁଝାଇ ପାରେନି
ବୁଝାଇଲେ ନିଜେ ନିଜକୁ ।
ଯଦି କେବେ ମନକୁ ବୁଝାଏ
ତେବେ ସେ ତୁମକୁ ବେଶୀ ଝୁରୁଛି ।
ଯଦି କେବେ ପୁଣି ଆଖିକୁ ବୁଝାଏ
ଅସରନ୍ତି ଲୁହ ଢାଳି ଦେଉଛି ।
ଓଠ କଥା ଆଉ କ'ଣ ଯେ କହିବି
ଆଉ ବା ତାହାକୁ କେତେ ବୁଝାଇବି ।
ଓଠ ମୋର ଚାହେଁ ତୁମ ଓଠ ସ୍ପର୍ଶ
ଦେହ ଚାହେଁ ଦେହ ଛୁଆଁ ।
ସେ ଛୁଆଁ ପାଇଲେ ସେହି ଶିହରଣେ
ଲାଗିବ ପ୍ରୀତିର ନିଆଁ ।
କେବେ କୁହ ସାଥି ଆସିବ ପାଖକୁ
ଜାଳିବ ମୋ ଦେହେ ପ୍ରୀତି ନିଆଁକୁ ।
ଆସ ସାଥି ବେଗେ ମୋ ପାଖକୁ
ଢାଳିଦିଅ ଦେହେ ତୁମ ପ୍ରେମକୁ ।
ସତରେ.....
ଏମିତି ସାଥି ଟେ ତୁମେ ମୋର
ଭାବନା ତୁମେ ମୋ ପ୍ରତି ମୁହୂର୍ତ୍ତର ।

