STORYMIRROR

Bhabani Swain

Romance

2  

Bhabani Swain

Romance

ଯୌବନ ପାହାଚ

ଯୌବନ ପାହାଚ

1 min
102

କୁଆଁରୀ ଷୋଡ଼ଶୀ ପଥହରା ହୋଇ

ଝୁରି ମରେ କାହାପାଇଁ ।

ଆଖିରେ ତାହାର କାମନାର ନିଆଁ

ବହେ ଯଉବନ ନଈ ।

    ଜଳୁଥାଏ ଅହରହ ...... ।

ନିଜେ ଜଳୁଥାଏ ଅନ୍ୟକୁ ଜଳାଏ

     ଭିଜେ ମନ ଭିଜେ ଦେହ ।

ଭୁଲ୍ ଠିକ୍ ର ହିସାବ ନ ରଖି

ମନ ହଜିଯାଏ ଦୂରେ ।

ଧିରେ ଧିରେ ଯେତେ ଚାଲିଲେ ତଥାପି

       ପାଦ ଖସେ ଶିଉଳିରେ । 

   ନଥାଏ କାହାକୁ ଭୟ ......।

ପ୍ରେମର ଆଗରେ ଏହି ଜଗତରେ

ନାହିଁ ଜୟ ପରାଜୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance