STORYMIRROR

Bhabani Swain

Romance

3  

Bhabani Swain

Romance

ଯୌବନ ପାହାଚ

ଯୌବନ ପାହାଚ

1 min
129

କୁଆଁରୀ ଷୋଡ଼ଶୀ ପଥହରା ହୋଇ

        ଝୁରି ମରେ କାହାପାଇଁ  ।

ଆଖିରେ ତାହାର କାମନାର ନିଆଁ 

        ବହେ ଯଉବନ ନଈ  ।

    ଜଳୁଥାଏ ଅହରହ ...... ।

ନିଜେ ଜଳୁଥାଏ ଅନ୍ୟକୁ ଜଳାଏ

     ଭିଜେ ମନ ଭିଜେ ଦେହ ।

ଭୁଲ୍ ଠିକର ହିସାବ ନ ରଖି 

      ମନ ହଜିଯାଏ ଦୂରେ । 

ଧିରେ ଧିରେ ଯେତେ ଚାଲିଲେ ତଥାପି 

       ପାଦ ଖସେ ଶିଉଳିରେ ।

   ନଥାଏ କାହାକୁ ଭୟ ......।

ପ୍ରେମର ଆଗରେ ଏହି ଜଗତରେ

      ନାହିଁ ଜୟ ପରାଜୟ  । 



Rate this content
Log in

Similar oriya poem from Romance