ବିଚ୍ଛେଦ______
ବିଚ୍ଛେଦ______
ଜୀବନର ପୂର୍ଣ୍ଣଚ୍ଛେଦ ପରେ
ଲୀନ ହୁଏ ପଞ୍ଚ ଭୂତେ ଆତ୍ମା
ସମୟର ଧାରା ପୃଷ୍ଠେ
ସବୁ କିଛି ଉଜୁଡ଼ି ପଡେ
ମଧୁ ମକ୍ଷିକା ର ଆତ୍ମା ଗୋଟିଏ
ଦିନରେ ତାର ପଡେ ଯବନିକା
ଶାନ୍ତ କାନ୍ତ ବନ ଭୂମି
ମରୁଭୂମିରେ କଣ୍ଟା ପରି
ବିନା ଜଳରେ ସେ ଛିଡ଼ା ହୋଇଛି
ପ୍ରାଣର ପ୍ରଣୟର ମାପ କାଠି
ପାଲଟି ଯାଇଛି ଜଡ଼
ପେଣ୍ଡୁଲୁମ୍ ର ଥନ୍ ଥନ ଶବ୍ଦ ପରି
ହଜମ କ୍ରିୟା ପରେ ପୁଣି ଖାଦ୍ୟର
ଆବଶ୍ୟକତା,ଚୋକରି ଭାଗ୍ୟରେ
ମିଳନ ଅବା କାହିଁ?
ଏ ହତଭାଗ l ର ରକ୍ତରେ କେବଳ ଢ
ଶବ୍ଦ , ସବୁ କିଛି ବିଲୟ ବିଚ୍ଛେଦ ।

