ଅମୃତମୟ
ଅମୃତମୟ


ହେ ଅମୃତମୟ ପ୍ରାଣର ପ୍ରଣୟ
ବିଶ୍ଵ ର ପ୍ରେରଣା ଦାୟ
ତବ ଆଶିଷ ରେ ସମଗ୍ର ଜଗତ
ପ୍ରେମ ରେ ଆବେଗ ମୟ ।
ଚାରିଆଡେ ଆଜି ବିଷର ବଳୟ
ମୁକୁଳି ପାରୁନି ମୁହିଁ
ଭୋକିଲା ପେଟରେ ଭରି ଦିଅ ପ୍ରଭୁ
ଥାଳ ପତାଇଛି ମୁହିଁ ।
ସକଳ ଘଟରେ ରହି ଅଛ ପ୍ରଭୁ
ଜୀବନ ସଲିତା ଜାଳି
ଅନ୍ଧକାର ରୂପୀ କୁପରୁ ଉଦ୍ଧାରି
ବିସ୍ତାର ହେ ବାହୁ ବଳୀ ।
ହିସାବ କିତାଵ ତୁମରି ହାତରେ
ଜୀବନକୁ ତୋଳି ଧର
କି ଦେଇ ପୂଜିବି ତୁମକୁ ହେ ପ୍ରଭୁ
ସବୁ ତୁମ ସୃଷ୍ଟି ବର ।
ଅମୃତର ସ୍ରୋତ ହେ ଅମୃତ ମୟ
କୋଟି ଭକ୍ତଙ୍କ ଈଶ୍ୱର
ଶ୍ରୀ ଛନ୍ଦା ଚରଣ କରେ ନିବେଦନ
ସଦା ବନ୍ଦୁଛି ପୟର ।