ପ୍ରେମ
ପ୍ରେମ
ପ୍ରେମ ଏକ ପୈସା ଚିକ୍ ଭିବବ୍ ର ଗନ୍ତାଘର,
ମହାଦ୍ରୁମ ସଦୃଶ କଳେବର ତାଠି ହାର ମାନନ୍ତି,
କେତେବେଳେ ଧଳା ତ ଆଉ କେତେବେଳେ କଳା
ବର୍ଣ୍ଣ,ସବର୍ଣ୍ଣ ଓ ଅସବର୍ଣ୍ଣ ର ପ୍ରଭେଦ ନାହିଁ,
ସାମ୍ପ୍ରତିକ ସମାଜ ଏଥି ପାଇଁ ଦାୟୀ ନୁହେଁ,
ଦାୟୀ ନୁହେଁ ଚତୁର ପାର୍ଶ୍ଵ ପରିବେଷ୍ଟଣି,
ପ୍ରେମ ଏକ ନିଆରା ଭାବ ର ଅନୁଭୂତି,
ସମ୍ପର୍କ ଓ ସଂକଳ୍ପ ର ସମନ୍ୱୟ, ଭଲ ପାଇବାର
ମଧୁର ସମ୍ପର୍କ,ଏକ ତାଜା ଗୋଲାପର ହୃଷ୍ଟ ତା,
ଟୋପାଏ ସିନ୍ଦୂର ର ହୁନ୍ଦର।

