ପ୍ରେମ
ପ୍ରେମ
ପ୍ରେମ ଅନାବନା ପ୍ରେମର ବାହାନା
ପ୍ରକୃତି ପ୍ରେମ ଆୟତ୍ତ
ଅନାୟlସେ ଆସେ ବିଚ୍ୟୁତ ନ ହୁଏ
ସଦା କାଳେ ପରିବ୍ୟାପ୍ତ ।
ଦିବସ ରଜନୀ କାମିନୀ ମୋହିନି
ସପ୍ରେମ ନୀତି ମୋହିତ
କିବା ସ୍ବର୍ଗ ନର୍କ ରହିଛି ସମ୍ପର୍କ
ପ୍ରକୃତି ସଦା ବିଦିତ ।
ବସନ୍ତର ଗୀତ କୋଇଲି ମୋହିତ
ଶୋଭେ ପଳାଶ କlମିନୀ
ଚ୍ୟୁତ ପଲ୍ଲବର ଦଳେ ଶୁକ ଡାକେ
ସୁଧା ବାରି ଝରେ ପୁଣି ।
ବସନ୍ତ ମରୁତ୍ ପ୍ରେମେ ବଶୀଭୂତ
ଦିନମଣି ଶୋଭା ଦେଖି
ରାତିରେ ଶଶାଙ୍କ ଶୋଭା ଅପ୍ରକାସ
ଅଭିଭୂତ ଜନେ ଦେଖି ।

