STORYMIRROR

Gitanjali Pujapanda

Romance

3  

Gitanjali Pujapanda

Romance

ହୃଦୟର ସ୍ୱର

ହୃଦୟର ସ୍ୱର

1 min
200

ହୃଦୟ ସ୍ୱର ଯେବେ ମିଶିଯାଏ 

ମୃଦୁ ମଳୟ ବହେ ପାରିଜାତ 

ର ବାସ୍ନାରେ ବିଭୋର ମନ 

ଝୁମି ଝୁମି ଗାଇ ନାଚିବାକୁ ଇଚ୍ଛା କରେ।


ପ୍ରେମଗୀତିର ତାଳେ ତାଳେ ମଜି

ହଜିଯିବାକୁ  ତୁମ ପ୍ରେମ ଭିଜା ଆଖିରେ

ପ୍ରଜାପତି ପରି ଘୁରିବୁଲିବାକୁ 

ଡେଣା ଟି ସତେ ଆଉ ନାହିଁ ଦରକାର।


ଆପେ ଆପେ ମନ ଉଡିବୁଲେ 

ସ୍ବପ୍ନରରାଇଜରେ ସ୍ୱରକୁ ସ୍ୱର ମିଶାଇ

ଗାଇବାକୁ ପ୍ରେମଗୀତି ବଞ୍ଚି ବାକୁ ନୂଆ

ଅସ୍ତିତ୍ବ ନେଇ ନୂଆ ଦୁନିଆଁରେ ଯେଉଁ ଠି 

ସ୍ଥାନ ନ ଥାଏ କିଛି ରାଗରୁଷା ଅଭିମାନର 

ଖାଲି ଥାଏ ସଙ୍ଗୀତ ହୃଦୟର ତା ସହିତ 

ପ୍ରତ୍ୟେକ ପ୍ରଶ୍ନର ଏକ ସରଳ ସମାଧାନ ।


ନା ଥାଏ ଭେଦଭାବ ବଡ଼ ଆଉ ସାନର 

ଥାଏ ଖାଲି ହୃଦୟର ପ୍ରତ୍ୟେକ କୋଣରେ ଶାନ୍ତ

ନମ୍ର ସହିତ ପ୍ରେମର ଏକ ପୂର୍ଣ୍ଣ ପ୍ରତିବିମ୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance