ଆଖିର ପଲକେରେ ତୁମେ
ଆଖିର ପଲକେରେ ତୁମେ
ମୋ ଆଖି ପଲକରେ ତୁମ ପ୍ରେମର
ସ୍ପର୍ଶ ଥାଏ ଲୁହ ଆଉ ସେହ୍ନ ହେଇ ।
ଆଉ କିଛି ମାନ ଅଭିମାନ ଭରା ପ୍ରୀତି
ପ୍ରେମର ସ୍ବାକ୍ଷର ତୁମ ସ୍ଥିତି କୁ ନେଇ ।
ତୁମେ ଅଛ ହେଲେ ମୁଁ ସାଜିଛି ଝରା ଶେଫାଳି
ତୁମ ପ୍ରେମ ପ୍ରୀତିର ନିଆଁରେ ଜଳି ଜଳି ।
ଲାଜକୁଳୀ ଲତା ପ୍ରାୟ ହୋଇ ମୁଁ ଯେ
ଝୁରି ମରେ ତୁମ କୁହୁକ ପ୍ରେମକୁ ପାଇବା ପାଇଁ ।
କୁହ କାହିଁକି ମୁଁ ତୁମ କୁ ଏତେ ଭଲପାଏ
ଝରା ଶେଫାଳି ମଧ୍ୟ ହୋଇ ।
ପାରିବ କି କହି ଆଖିର ପଲକରେରହିତୁମେ
ମୋ କଷଣ କି ତୁମକୁ ଜଣା ପଡୁନାହିଁ ।
ତୁମ କୁ ଭଲ ପାଇ ବିରହର ନିଆଁରେ
ନିତି ମୁଁ ଜଳୁ ଥାଇ ।
ହେଲେ ବିରହର ନିଆଁରେ ବି ତୁମ ପାଇଁ
ପ୍ରେମ ମୋର ସବୁ ବେଳେ ପ୍ରସ୍ଫୁଟିତ ଫୁଲଟିଏ ।
କାରଣ ମୋ ଆଖି ପଲକରେ ତୁମକୁ
ସବୁବେଳେ ରଖିଛି ମୁହିଁ ।