STORYMIRROR

Prakash ranjan Swain

Romance

3  

Prakash ranjan Swain

Romance

ସ୍ବପ୍ନ ଯଦି କେବେ ବାସ୍ତବ ହୁଅନ୍ତା

ସ୍ବପ୍ନ ଯଦି କେବେ ବାସ୍ତବ ହୁଅନ୍ତା

1 min
207

ସ୍ବପ୍ନ ଯଦି କେବେ ବାସ୍ତବ ହୁଅନ୍ତା

ମୋ ସ୍ଵପ୍ନ ବି ଦିନେ ସତ ହେଇଥାନ୍ତା

ଜୀବନ ବି କେତେ ସୁନ୍ଦର ହେଇଥାନ୍ତା 

ଠିକ୍ ମୋର ସେଇ ସ୍ବପ୍ନ ପରି।

ସ୍ଵପ୍ନରେ ତୁମର ମିଠା ପରଶ

ଯଦି ସତରେ ପ୍ରୀତି ପରଶ ହୁଅନ୍ତା

ତେବେ କେତେ ନ ସୁନ୍ଦର ହେଇଥାନ୍ତା

ସ୍ବପ୍ନ ଯଦି କେବେ ମୋର ବାସ୍ତବ ହୁଅନ୍ତା।

ମୋ ନିଦ ଭାଙ୍ଗିଯାଏ ପ୍ରତି ରାତିରେ

ତୁମ ପାଦ ପାଉଁଜିର ଶବ୍ଦରେ

ରାଗ ଛନ୍ଦ ଶୂନ୍ୟ ଜୀବନେ ମୋହର

ରଙ୍ଗ ଭରିଦିଅ ବିନା ଫଗୁଣରେ

ବାସ୍ତବରେ କେବେ ଏମିତି ହୁଅନ୍ତା

ସ୍ବପ୍ନ ଯଦି କେବେ ମୋର ବାସ୍ତବ ହୁଅନ୍ତା।

ତୁମେ ଆସ ନିତି ସ୍ଵପ୍ନରେ ମୋର

ସବୁ ରାତିରେ ମୁଁ ଶୋଇଗଲା ପରେ

ତୁମେ ପ୍ରେମ ବର୍ଷା କର ମୋ ମରୁ ଛାତିରେ

ମୋ ପ୍ରେମ ଗଛ ଡାଳେ ପତ୍ର ବି କଅଁଳେ

ତୁମେ ଆସ ଯେବେ ସ୍ଵପ୍ନରେ ମୋର

ପ୍ରତି ରାତିରେ ମୁଁ ଜିଇଁ ଉଠେ

ଏମିତି କେବେ ସତରେ ହୁଅନ୍ତା

ସ୍ବପ୍ନ ଯଦି ମୋର ବାସ୍ତବ ହୁଅନ୍ତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance