ରୂତୁରାଜ ବସନ୍ତ
ରୂତୁରାଜ ବସନ୍ତ
ବସନ୍ତ ରୂତୁର ଆଗମନରେ
କୋଇଲିର କୁହୁ କୁହୁର
ସ୍ବାଗତ ସଙ୍ଗୀତରେ
ଧରଣୀଟା ଦିଶୁଛି ବର୍ଣ୍ଣାଢ୍ଯ ।
ଦକ୍ଷୀଣର ମଳୟ ପବନରେ
ପଳାଶ,କୃଷ୍ଣଚୁଡା ଓଠରେ
ଲେସି ହୋଇଯାଏ ଲାଳିମା
ପ୍ରକୃତିର ଶ୍ୟାମଳ ପଣତରେ ।
ମହକି ଉଠୁଛି ଫୁଲର ବାସ୍ନା
ଗୁଣୁ ଗୁଣୁ ଭ୍ରମରର ମୃଦୁସ୍ପନ୍ଦନ
ଶୁଭିଉଠେ ଧରଣିର କୋଣେ ଅନୁକୋଣେ
ଆମ୍ଭ ବଉଳର ଭୂରୁ ଭୂରୁ ବାସ୍ନା ।
ହଳଦୀ ବସନ୍ତର ଡେଣାରେ
ଫଗୁଣର ନବ ଉନ୍ନାଦନା
ଫଗୁର ଫଗୁ ଖେଳରେ
ସାତରଙ୍ଗ ଅବିରରେ ସଜେଇ ହୁଏ ।
ଗୋପପୁରର ଗୋପାଙ୍ଗନା
ଦୋଳ ବିମାନରେ ବିଜେ ହୁଏ ମହାମିଳନ
ବସନ୍ତସ୍ଢବ ପାଇଁ ଚଳ ଚଂଚଳ ଶ୍ରୀକ୍ଷେତ୍ର
ସବୁତ ବସନ୍ତ ରୂତୁରାଜଙ୍କ ଆଗମନରେ
ନୂଆ ଉସ୍ଢାହ ପ୍ରେରଣା ନେଇ ଆସେ ।

