ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ
ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ
ତୁମେ ସେଇ ମାୟାବିନୀ ନା
ଯିଏ ସେଦିନ ଅମାବାସ୍ୟାର ଅନ୍ଧାରକୁ ଭେଦି
ମୋ ପାଖକୁ ଆସିଥିଲ କିଛି ମୁହୂର୍ତ୍ତ
ବିତେଇବା ପାଇଁ
ଆଉ ମୁଁ ଅଧିର ହେଇ ପଡ଼ିଥିଲି
ତୁମ ସହ ବିତେଇ ଥିବା ମୁହୂର୍ତ୍ତ ସବୁକୁ
ମାନସ ପଟରେ ସ୍ମୃତି ସ୍ୱରୂପ
ସାଇତି ରଖିବା ପାଇଁ
ପବିତ୍ରମୟ ହେଇ ଉଠିଥିଲା ସେଇ ମୁହୂର୍ତ୍ତ
କିଛି ସମୟର ଅନ୍ତରଙ୍ଗ ଆଳାପରେ
ମୁଁ ହଜିଗଲି ତୁମ ମିଠା କଥାରେ
ମହକି ଗଲି ତୁମ ଦେହର ବାସ୍ନାରେ
ତୁମେ ପୁଣି ଫେରିବ ବୋଲି ଆଶା
ଅମାବାସ୍ୟାର ଚାନ୍ଦକୁ
ପୂର୍ଣ୍ଣମୀର ଆଲୁଅ ରେ ଭରି ଦେବା ପାଇଁ
ଅଧା ଲେଖା ଅସମ୍ପୂର୍ଣ୍ଣ କବିତାକୁ
ଶବ୍ଦ ସମ୍ଭାରରେ ସଜାଇବା ପାଇଁ
ଗାଁ ରେ ସିନ୍ଦୂରା ଫାଟିଲେ
p>
ନୂଆବୋହୂର ଚାଲିରେ ଛମ୍ ଛମ୍
ଶବ୍ଦ ଗୁଞ୍ଜରିତ କରିବା ପାଇଁ
ଜୁଡୁବୁଡୁ ମନ ର ଅତୀତର ଅଗଣାକୁ
ଦେଖାଇ ଦେବା ପାଇଁ
ତୁମେ ଅବ୍ୟକ୍ତ ଭାଷାକୁ ବି ପଢି ଦିଅ
ତୁମ ସହ ସେଇ ମୁହୂର୍ତ୍ତର ଆଳାପ
ଅତି ଆପଣାର ହୋଇ ପଡ଼ିଥିବା
ସେଇ କିଛି ମୁହୂର୍ତ୍ତର ଶବ୍ଦ ଗୁଡ଼ିକ
ପୁଣି ଫେରିବ ବୋଲି ଆଶା
ଆଖିର କଥା ବେଶ୍ ଆଖି ହିଁ ବାରି ନିଏ
ପାପୁଲିର ଉଷ୍ମତା ସେଇ ମୁହୂର୍ତ୍ତର ସ୍ନେହ
ମୋ ଜୀବନରେ ନିଃଶ୍ୱାସ ଭରି ଦେଇଥିଲା
ଅଳପ ଥିଲା ସେଇ ଆଳାପ
କିନ୍ତୁ ଭରି ଦେଇଥିଲା ଶତ ପ୍ରହେଳିକା ସମ
ଆଖି ପଲକେ ସ୍ବପ୍ନ ଟିଏ ହୋଇ ରହିଗଲା
ପୁଣି ଫେରିବ ତମେ
ମୋ ଜୀବନର ସେଇ ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ନେଇ ।