STORYMIRROR

Bandita Mohanty

Romance Classics

3  

Bandita Mohanty

Romance Classics

ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ

ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ

1 min
199

ତୁମେ ସେଇ ମାୟାବିନୀ ନା

ଯିଏ ସେଦିନ ଅମାବାସ୍ୟାର ଅନ୍ଧାରକୁ ଭେଦି

ମୋ ପାଖକୁ ଆସିଥିଲ କିଛି ମୁହୂର୍ତ୍ତ

ବିତେଇବା ପାଇଁ

ଆଉ ମୁଁ ଅଧିର ହେଇ ପଡ଼ିଥିଲି

ତୁମ ସହ ବିତେଇ ଥିବା ମୁହୂର୍ତ୍ତ ସବୁକୁ

ମାନସ ପଟରେ ସ୍ମୃତି ସ୍ୱରୂପ

ସାଇତି ରଖିବା ପାଇଁ

ପବିତ୍ରମୟ ହେଇ ଉଠିଥିଲା ସେଇ ମୁହୂର୍ତ୍ତ

କିଛି ସମୟର ଅନ୍ତରଙ୍ଗ ଆଳାପରେ

ମୁଁ ହଜିଗଲି ତୁମ ମିଠା କଥାରେ

ମହକି ଗଲି ତୁମ ଦେହର ବାସ୍ନାରେ

ତୁମେ ପୁଣି ଫେରିବ ବୋଲି ଆଶା

ଅମାବାସ୍ୟାର ଚାନ୍ଦକୁ

ପୂର୍ଣ୍ଣମୀର ଆଲୁଅ ରେ ଭରି ଦେବା ପାଇଁ

ଅଧା ଲେଖା ଅସମ୍ପୂର୍ଣ୍ଣ କବିତାକୁ

ଶବ୍ଦ ସମ୍ଭାରରେ ସଜାଇବା ପାଇଁ

ଗାଁ ରେ ସିନ୍ଦୂରା ଫାଟିଲେ

ନୂଆବୋହୂର ଚାଲିରେ ଛମ୍ ଛମ୍ 

ଶବ୍ଦ ଗୁଞ୍ଜରିତ କରିବା ପାଇଁ

ଜୁଡୁବୁଡୁ ମନ ର ଅତୀତର ଅଗଣାକୁ

ଦେଖାଇ ଦେବା ପାଇଁ

ତୁମେ ଅବ୍ୟକ୍ତ ଭାଷାକୁ ବି ପଢି ଦିଅ

ତୁମ ସହ ସେଇ ମୁହୂର୍ତ୍ତର ଆଳାପ

ଅତି ଆପଣାର ହୋଇ ପଡ଼ିଥିବା

ସେଇ କିଛି ମୁହୂର୍ତ୍ତର ଶବ୍ଦ ଗୁଡ଼ିକ

ପୁଣି ଫେରିବ ବୋଲି ଆଶା

ଆଖିର କଥା ବେଶ୍ ଆଖି ହିଁ ବାରି ନିଏ

ପାପୁଲିର ଉଷ୍ମତା ସେଇ ମୁହୂର୍ତ୍ତର ସ୍ନେହ

ମୋ ଜୀବନରେ ନିଃଶ୍ୱାସ ଭରି ଦେଇଥିଲା

ଅଳପ ଥିଲା ସେଇ ଆଳାପ

କିନ୍ତୁ ଭରି ଦେଇଥିଲା ଶତ ପ୍ରହେଳିକା ସମ

ଆଖି ପଲକେ ସ୍ବପ୍ନ ଟିଏ ହୋଇ ରହିଗଲା

ପୁଣି ଫେରିବ ତମେ

ମୋ ଜୀବନର ସେଇ ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance