STORYMIRROR

Bandita Mohanty

Classics Fantasy

3  

Bandita Mohanty

Classics Fantasy

ଆସିବ କି ଥରେ

ଆସିବ କି ଥରେ

1 min
136

ସାଗର ଉଠେ ନୀଳ ଉର୍ମି ମାଳା

ଦେଖି ଆକାଶେ ବଉଦ ଭେଳା 

ନୀଳ ଚାନ୍ଦ ଉଠେ ନୀଳ ଗଗନେ

ଆସିବ କି ଥରେ ଶ୍ରୀ ମୁଖ ଦର୍ଶନେ !!


କୃଷ୍ଣପ୍ରୀତି କାନ୍ତି ଧାରୀ ରାଧାରାଣୀ

ପୟରେ ନାହିଁ ଘୁଙ୍ଗୁର ରୁଣୁ ଝୁଣୁ ବାଣୀ 

ମୌନୀ ଅନ୍ତରେ ବସିଛି ନିସ୍ତବ୍ଧ କୁଞ୍ଜ ବନେ

ଆସିବ କି ଥରେ କୃଷ୍ଣ ପ୍ରିୟ ମାନ ଭଞ୍ଜନେ !!


ସେ ନୁହେଁ ଯେବେ ନିଜ କଳ୍ପନାର

ପ୍ରତି ଅଙ୍ଗେ ଗୌରାଙ୍ଗୀ ଶ୍ୟାମ ରଙ୍ଗର 

କୃଷ୍ଣ ପ୍ରେମେ ପ୍ରତୀକ୍ଷାରତ ପ୍ରତିକ୍ଷଣେ

ଆସିବ କି ଥରେ ତୁମେ ଏ ହୃଦ କାନନେ !!


ପୁଣି ଥରେ ଦିଅ ମଧୁର ବଂଶୀ ବଜାଇ

ଡାକୁ ପୁଣି ମୁରଲୀ ରାଧା ରାଧା ଗାଇ 

ମୋହନ ମୁରଲୀ ମୋହି ନେଉ ମନ ପ୍ରାଣ

ଆସ ଥରେ ରାଧାକାନ୍ତ ଦେବି ପ୍ରେମ ସମର୍ପଣ !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics