STORYMIRROR

Bandita Mohanty

Inspirational

3  

Bandita Mohanty

Inspirational

ରାଧା ହିଁ ପ୍ରେମ

ରାଧା ହିଁ ପ୍ରେମ

1 min
424

ପ୍ରେମ ରାଇଜର ରାଜରାଣୀ 

ଶ୍ରୀକୃଷ୍ଣ ଆହ୍ଲାଦିନୀ ପ୍ରକୃତି ସ୍ୱରୁପିଣୀ

ସୌନ୍ଦର୍ଯ୍ୟମୟୀ ଆଦିଶକ୍ତି

ଶ୍ରୀ ରାଧାଙ୍କ ପ୍ରେମ ଆଉ ଭକ୍ତି

କେମିତି ପ୍ରକାଶ କରିବି 

କେଉଁ ଭାବ ଦେଇ ତାଙ୍କ ଭକ୍ତିର ଗୁଣ ଗାଇବି

କେଉଁ ଶବ୍ଦ ଦେଇ ତାଙ୍କ ପ୍ରେମ ବଖାଣିବି

ସେ ତ ପ୍ରେମର ସଂଜ୍ଞା.....

ତାକୁ କେମିତି ବର୍ଣ୍ଣନା କରିବି

ଶବ୍ଦ ସମ୍ଭାରର ଅଳ୍ପ ହେଉ ପଛେ

ସାମର୍ଥ୍ୟ ନାହିଁ ମୋ ପାଖରେ

ଅଲୌକିକ ପ୍ରେମକୁ ଶବ୍ଦ ଦେବାକୁ

ତାଙ୍କ ପ୍ରେମ ଥିଲା ମହାଭାବର ଅନନ୍ତ ବିସ୍ତାର

ଶ୍ରୀ କୃଷ୍ଣଙ୍କ ବଂଶୀର ଧ୍ଵନି 

ପ୍ରତି ମୁହୂର୍ତ୍ତରେ ରାଧା ରାଧା 

ବୋଲି ବାଜି ଉଠୁଥିଲା......

ସେଇ ମହରାଗର ରାଧା ଥିଲେ ଶାଶ୍ଵତ ମହାରାସ

ଏହି ମହାରାସ ଚିର ଶାଶ୍ଵତ ଅସମାପ୍ତ

ଅଚ୍ୟୁତ ପୂର୍ଣ୍ଣରେ ପୂର୍ଣ୍ଣତାର ପ୍ରତୀକ

ସେ ନାରୀ କି ଅପସରୀ ନୁହନ୍ତି

ନା ତାଙ୍କର ଅଛି ସ୍ଥିତି....

ସେ ତ ଅନୁଭବ ଯାହା ଅତୁଳନୀୟ

ଭାବ ଭକ୍ତି ପ୍ରୀତି ସମର୍ପଣ ଭାବ

ରହିଅଛି ତାଙ୍କ ହୃଦୟରେ ସର୍ବ.....

ଶାଶ୍ଵତ ପ୍ରେମର ସେ ଯେ ପ୍ରତୀକ

ଆକାଶ ପାତାଳ ସବୁ ମୁଣ୍ଡ ନୁଆଁଇ ଥିଲେ

ଦୁହିଙ୍କ ପ୍ରେମ ଆଗରେ......

ଯେଉଁଠି ରାଧା ନାହାନ୍ତି ସେଠି 

ପ୍ରେମର ମୂଲ୍ୟ କିଛି ନାହିଁ.....

ଆଜିର ପ୍ରେମ ରାଧାଙ୍କ ପ୍ରେମ

ମଧ୍ୟରେ ବହୁତ ତଫାତ୍.....

ତାଙ୍କ ପ୍ରେମ ଥିଲା ନିଃସ୍ଵାର୍ଥପର

ସେଠି ନ ଥିଲା ପାଇବାର ଇଚ୍ଛା

ନା ମିଳନର ଆକାଂକ୍ଷା...

ପ୍ରେମର ଅର୍ଥ ପାଇବାକୁ ନୁହେଁ

ସେଇ ପ୍ରେମରେ ହଜିଯିବା....

ଯିଏ ରାଧାଙ୍କ ପରି ନିଃସ୍ଵାର୍ଥପର ଭଲ ପାଇଛି

ଜୀବନ ତା ପ୍ରେମମୟ ହୋଇ ଉଠିଛି

ସଚ୍ଚା ପ୍ରେମ ଯିଏ କରିଥାଏ

ନିଜେ ସିଏ ରାସ୍ତା ଖୋଜି ପାରିଥାଏ

ତାକୁ କଣ କରିବାକୁ ହେବ.....

ସେଇ ରାଧା ହିଁ ପ୍ରେମ 

ପ୍ରେମ ହିଁ କୃଷ୍ଣ.... ରାଧା ବିନା କୃଷ୍ଣ ବି ଅଧା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational