STORYMIRROR

Bandita Mohanty

Abstract

4  

Bandita Mohanty

Abstract

କୃଷ୍ଣପ୍ରେମେ

କୃଷ୍ଣପ୍ରେମେ

1 min
244

କୃଷ୍ଣ ପ୍ରେମେ ବାଇ ହୋଇ ମୁଁ ଯେ ପ୍ରଫୁଲ୍ଲିତ,

ପ୍ରତି ଦିନ ପ୍ରତି କ୍ଷଣେ ତାଙ୍କୁ ସମର୍ପିତ ।।


ହଜିଯାଏ ମଜିଯାଏ ତାଙ୍କରି ପ୍ରେମରେ,

ଦିବା ରାତ୍ର କାଳରେ ଯେ ତାଙ୍କୁ ହିଁ ତ ସ୍ମରେ ।।


ଅଗତିର ଗତି ସେହି ମୋ ମାର୍ଗ ଦର୍ଶକ,

ଅବ୍ୟକ୍ତ ଠାକୁର ଅଟେ ସେ ନୀଳ କନ୍ଦର୍ପ ।।


ଅନନ୍ତ ମହିମା ଯା'ର କି ବର୍ଣ୍ଣିବି ମୁହିଁ,

ଆକାର ନାହିଁ ତା' ନିରାକାର ବ୍ରହ୍ମ ସେହି ।।


ଘନନୀଳ ବର୍ଣ୍ଣ ତା'ର ଅଟେ ସୁଶୋଭିତ,

ସେ ନୀଳ ବର୍ଣ୍ଣ ଯେ ସାରା ଜଗତେ ଗ୍ରାସିତ ।।


ଅପରୂପ ସୌନ୍ଦର୍ଯ୍ୟ ତା ଦେଖି ଶୋଭାକାନ୍ତି,

ହଜିଗଲି ତା ପ୍ରେମରେ ଭୁଲି ମନ ଭ୍ରାନ୍ତି ।।


ପ୍ରେମ ମାୟା ପ୍ରେମ କାୟା ପ୍ରେମ ହିଁ ବନ୍ଧନ,

ପ୍ରେମ ବିନା ଜଗତ ଟା ଅଟେ ମହାଶୂନ୍ୟ ।।


ପ୍ରେମ ଦୟା ପ୍ରେମ ଛାୟା ପ୍ରେମ ହିଁ ଜୀବନ,

ପ୍ରେମ ବିନା ଏଠି ଛାର ଧନ ଯଉବନ ।।


ପ୍ରେମ ପାଇଁ ହସେ ଏଠି ନଭେ ରବି ଶଶୀ,

ପ୍ରେମର ପରଶେ ମଲ୍ଲି ଫୁଟି ଉଠେ ବାସି ।।


ତରୁ ଲତା ଗୀତ ଗାଏ ତାହାରି ପ୍ରେମରେ,

ଚାଲ ମଜିଯିବା ସର୍ବେ ତା'ର ଭଜନରେ ।।


ନାମମୟ ପ୍ରେମମୟ ସେହି ଚକ୍ରଧାରୀ,

ସଭିଙ୍କ ମଙ୍ଗଳ କର ଏତିକି ଗୁହାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract