STORYMIRROR

Sunanda Mohanty

Romance

3  

Sunanda Mohanty

Romance

ବିଚ୍ଛେଦ

ବିଚ୍ଛେଦ

1 min
179

ବିଚ୍ଛେଦ ଏକ ଅମାବାସ୍ୟା 

ଜୀବନ ଆକାଶେ 

ବିଚ୍ଛେଦ ଏକ ନଞ୍ଜତତପୁରୁଷ 

ହାରି ହରାଇ ବିଶ୍ୱାସେ 

ବିଚ୍ଛେଦ ଏକ ଜୁଇର ଉହ୍ମେଇ 

ଜୀବନ ମରଣ ନିଶ୍ୱାସେ 

ବିଚ୍ଛେଦ ଏକ ନିର୍ଜ୍ଜନ ଉପତ୍ୟକା 

ନଥାଏ ଆଶା ଭରସା ପାଶେ 

ବିଚ୍ଛେଦ ଏକ ଏମିତି ନିଆଁ ଝୁଲ 

ହୃଦୟ ଲହୁ ଲୁହ ପ୍ରକାଶେ 

ବିଚ୍ଛେଦ ଏକ ଶୀତଳ ସୌଜନ୍ୟତା 

ଗୁପ୍ତରେ ଅନ୍ତରେ ପ୍ରକାଶେ 

ବିଚ୍ଛେଦ ଏକ ଅର୍ଦ୍ଧମୃତ ଆଗ୍ନେୟଶୀଳା ଶରୀର 

ବିକ୍ଷିପ୍ତ ପାଉଁଶତଳ ନିଆଁଧାସେ 

ବିଚ୍ଛେଦ ଏକ ନିସ୍ତବ୍ଧ ନିଷ୍ଠୁର ଅଙ୍ଗୀକାର 

ଜୀବନ ମରୁରେ ବିକଶେ 

ବିଚ୍ଛେଦ ଏକ ସମ୍ମୋହନ ସଲିଳ ସମାଧି 

ଅନ୍ତର୍ବେଦନା ଫୁଲର ଆଭାସେ 

ବିଚ୍ଛେଦ ଏକ ଝଡ଼ କ୍ଷତିଗ୍ରସ୍ତ ଇଗଲ 

ଖଣ୍ଡିଉଡା ଦେବାକୁ ମନାସେ 

ବିଚ୍ଛେଦ ପରି ଜରୁରୀକାଳିନ ପରିସ୍ଥିତି 

ନିୟନ୍ତ୍ରଣାଧୀନ ଭଗବତ ବିଶ୍ୱାସେ 

ବିଚ୍ଛେଦ ହିଁ ସ୍ଵୀକାର୍ଯ୍ୟ ଜୀବନ ଯମୁନାରେ 

ଜନ୍ମ ଜାତକେ ଅବଶ୍ୟ ନିଶ୍ୱାସେ 

ବିଚ୍ଛେଦ ହୁଏତ ଆଣିଦିଏ ଜି ଯିବାର କଳା 

କାରିଗର ଓ ଅଣାକାର ଭାବରେ ବଶେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance