ପ୍ରେମ
ପ୍ରେମ
ଅପୂର୍ବ ସେ ପ୍ରେମ ରାଧାକୃଷ୍ଣ ଙ୍କର
କିଅବା ଦେବା ତୁଳନା
ଆହାଃ କି ସୁନ୍ଦର ତାହାଙ୍କର ରୂପ
ସେ ପ୍ରେମେ ନାହିଁ କଳନା ।
କି ସୁନ୍ଦର ଅଟେ ପ୍ରେମ ଜନନୀ ର
ନାହିଁ କେ ଜଗତେ ସରି
ସରଗ ଠାରୁ ଅଟେ ସେ ସୁନ୍ଦର
ନାହିଁ କେହି ତାହା ପରି ।
ପିତା ପ୍ରେମ ଅଟେ ସଂସାର ରେ ଶ୍ରେଷ୍ଠ
ସର୍ବଦା ଆକଟ ଭରା
ସେ ଆକଟେ ପରା ଭରି ରହିଥାଏ
ଜିବନର ନୂଆ ଧାରା ।
ଭାତୃ ପ୍ରେମ ପରି ପ୍ରେମ ନାହିଁ କାହିଁ
ଏପରି ଅଟେ ସେ ପ୍ରେମ
ରାମାୟଣ ଆଉ ମହାଭାରତ ରେ
ରଖିଥିଲେ ତାର ନାମ ।
ଗୁରୁ ଶିଷ୍ୟ ପ୍ରେମ ଅଟଇ ସ୍ୱର୍ଗୀୟ
ନାହିଁ ତା'ର ପଟାନ୍ତର
ଗୁରୁ ଦ୍ରୋଣ ଆଉ ଏକଲବ୍ୟ ପ୍ରେମ
କାହିଁକୁ ବା ଅଗୋଚର ।