STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମ ପକ୍ଷୀ

ପ୍ରେମ ପକ୍ଷୀ

1 min
224


ମୁଁ ପ୍ରେମ ପକ୍ଷୀ ଟିଏ

ଉଡି ବୁଲେ ଖୁସି ମନରେ

ଲୋଡ଼ା ନାହିଁ ମୋ ପଞ୍ଜୁରୀ

ଆନନ୍ଦରେ ଉଡି ବୁଲୁ ଥାଏ

ମୁଁ ପ୍ରେମ ପକ୍ଷୀ ଟିଏ

ସୀ଼ମା ହୀନ ଆକାଶ ମୋତେ

ଛୁଇଁ ବାକୁ ଇଚ୍ଛା ହୁଏ

ମେଘର କଳା ପଣତ ତଳେ ମୁଁ ଲୁଚିଯାଏ

ମୁ ପ୍ରେମ ପକ୍ଷୀ ଟିଏ

ଝରଣାର କୁଳୁ କୁଳୁ ନାଦ ମୋତେ ଟାଣି ନିଏ

ମୁ ମନ ଭରି ମୋ ତୃଷ୍ଣାକୁ ମେଣ୍ଟାଇ ଦିଏ

ମୁ ପ୍ରେମ ପକ୍ଷୀ ଟିଏ

ତରୁର ଶୀତଳ ଛାୟା ମନ ମୋ ତୁପ୍ତ କରିଦିଏ

ନୀତି ସୁ ସ୍ଵାଦୁ ଫଳକୁ ଖାଇ ଭୋକ ମେଣ୍ଟାଏ

ମୁ ପ୍ରେମ ପକ୍ଷୀ ଟିଏ

ପାହାଡ଼ ଦେଖି ମୋ ମନେ ସାହସ ନୀତି ଆଣି ଦିଏ

ସାଗର ବେଳା ଭୂମି ମୁ ନୀତି ଯାଇ ବସି ଯାଏ

ମୁ ପ୍ରେମ ପକ୍ଷୀ ଟିଏ

ମୁ ଈଶ୍ୱରଙ୍କ ସୃଷ୍ଟିକୁ ଏତେ ଭଲ ପାଏ

ନୀତି ବୁଲି ବୁଲି ପ୍ରକୃତି ରାଣୀକୁ ଦେଖୁ ଥାଏ

ମୁ ପ୍ରେମ ପକ୍ଷୀ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance