STORYMIRROR

BULU BEHERA

Romance

3  

BULU BEHERA

Romance

ଓଡିଶା ଝିଅକୁ ଦେଖ

ଓଡିଶା ଝିଅକୁ ଦେଖ

1 min
241

ଓଡିଶା ଝିଅକୁ ଦେଖରେ 

             ଓଡିଶା ଝିଅକୁ ଦେଖ, 

ମୁରୁକି ମୁରୁକି ହସକୁ 

             ଗୁଲୁଗୁଲିଆ ତା ମୁଖ l(0)


ଝିକିମିକି ନାଲି ଓଢଣୀ 

              ଛନଛନିଆ ତା ଚାଲି, 

ରୁଣୁଝୁଣୁ ଶବଦ କରି 

              ଯାଉଥାଏ ହଲିହଲି l

ଲାଜେଇ ଯାଏ ଦେଖି ପୁଅ 

              ବାଜିଗଲେ ତାର ପାଖ l

ଓଡିଶା............. (1)


ମନେମନେ ଭଲ ପାଇ ସେ 

   .           ଏଣେତେଣେ ଚାହୁଁ ଥାଏ, 

ସତେ କି ନ ଜାଣିଲା ପରି 

              ମନେମନେ ଘାରି ହୁଏ l

ଗାଲରେ ହାତ ଦେଇ କରି 

               କାମୁଡୁଥାଏ ତା ନଖ l

ଓଡିଶା......... ........  (2)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance