STORYMIRROR

Rakesh Ranjan Ojha

Abstract Inspirational Others

3  

Rakesh Ranjan Ojha

Abstract Inspirational Others

ଆଲୋକ ସନ୍ଧାନେ

ଆଲୋକ ସନ୍ଧାନେ

1 min
26

ଆଉ କେଉଁ ଫଗୁଣକୁ ଅପେକ୍ଷା କରିଛ

ଏବେ ତ ସବୁ ଋତୁରେ ବିଷ ଫୁଲ ଫୁଟେ ,

ମାଟିରୁ ଅକାଶ ଯାଏ ..

ହଳା ହଳର ପରାଗ ରେଣୁ 


କୁନି କୁନି ସ୍ବପ୍ନ ମନେ ଧିରେ ଧିରେ ବାଟବଣା ହେଲେଣି

ସଞ୍ଜ ନଇଁବା ଆଗରୁ ସଜାଡି ନିଅ ନିଜ ଭିତରେ

ମିଞ୍ଜି ମିଞ୍ଜି ଜଳୁ ଥିବା ଚେତନାର ଦୀପ


ଏବେ ତ ହାତ ପାପୁଲିକୁ ମୁଠା କରିବାର ବେଳ,

ଏକାଠି କରି ନିଜ ବଳକା ବିଶ୍ବାସକୁ 

ପାଦ ଥାପି ବାର ବେଳା କଣ୍ଟକିତ ପଥେ..

"ଅଲୋକ ସନ୍ଧାନେ"


ଆମ ପ୍ରତିଟି ଲହୁ ଓ ଲୁହର ବୁନ୍ଦା ,

ସୋରିଷ ଫୁଲର ରୂପ ନେଉ..

ଉଦ୍ ଜୀବିତ କରୁ ସହ ସହ ନିରୁଧିଷ୍ଟ ସ୍ବପ୍ନ ମାନଙ୍କୁ,

ବାଟ କଢେଇ ନେଉ ଅନ୍ଧକାର କଣ୍ଟକିତ ପଥେ,

ଅଗାମୀ ସୁର୍ଯୋଦୟ ଯାଏ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract