STORYMIRROR

Rakesh Ranjan Ojha

Romance Fantasy Inspirational

3  

Rakesh Ranjan Ojha

Romance Fantasy Inspirational

ତମେ ଆଉ ମୁଁ

ତମେ ଆଉ ମୁଁ

1 min
203


କାସ୍ ତମକୁ ମୁଁ ନେଇ ପାରନ୍ତି 

କେଉ ଏକ ଇନ୍ଦ୍ରଧନୁର ସହରକୁ ,

ନିରୋଳାରେ କିଛି ମନ କଥା 

କହିଦେବା ପାଇଁ ..

ଅବିଶ୍ବାସରୁ ଅନେକ ଦୁରରେ ,

ସ୍ବାର୍ଥ ଓ ପ୍ରତାରଣାରୁ 

ମୁକ୍ତ ସେଇ ଇଲାକାରେ 

କହିବସନ୍ତି 

"ମୁଁ ତମକୁ ଭଲପାଏ' ବୋଲି ..


ନା ..ତମ ଭାବିବା ଭଳି, 

ତୁମ ପ୍ରତ୍ୟାଖ୍ୟାନକୁ ଭୟ ନାହିଁ ମୋର..

କହିବାକୁ ଡରଲାଗେ 

ତୁମକୁ ମୁଁ ସନ୍ଦେହ କରେ ବୋଲି

ହେଲେ ସବୁଥର ଭଳି ଡରିବସି 

ଅନାଗତ ଦୁଃଖକୁ ,

ଫେରି ଆସନ୍ତି ଶବ୍ଦ ମାନେ 

ମୁକ୍ତି ପାଉ ପାଉ ..


ଏକ କାଉଁରୀ ମନ୍ତ୍ରରେ ବନ୍ଧିତ ମୁଁ ,

ଅବା କାହା ପ୍ରତାରଣ  

କଣ୍ଟକରେ ଜର୍ଜରିତ,

ଆହତ ପ୍ରଜାପତି 

ମୁଁ,

ଚିରକାଳ ବନ୍ଦୀ 

କେଉଁ ଏକ ମାୟାବିନୀ କାଟିଥିବା 

ଲକ୍ଷ୍ମଣ ରେଖାର ବଳୟ ଭିତରେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance