STORYMIRROR

Rakesh Ranjan Ojha

Others

3  

Rakesh Ranjan Ojha

Others

ବର୍ଷା

ବର୍ଷା

1 min
240

ବର୍ଷା ଏକ ଅମାନିଆ କୁନି ଝିଅ,

ନାଚୁଥାଏ ପାଉଁଜି ପାଦ ରେ,

ମାଟି ରୁ ଆକଶ ଯାଏ ,

କେବେ ନଦୀ ରୁ ପର୍ବତ ଯାଏ


ବର୍ଷା ଏକ ସମ୍ପର୍କ ର ସେତୁ

ମାଟି ରୁ ଅକାଶ ଯାଏ,

ଅବା କେବେ ତୃଷ୍ଣା ରୁ ତୃପ୍ତି ଯାଏ

ଏକାକରି ପୁଣି ଧରା ଅକାଶ କୁ

କେବେ ବନ୍ଧ ବାନ୍ଧେ ନସ୍ବରୁ ଇସ୍ବର ଯାଏ 


ବର୍ଷା ଏକ ଆଦିମ ପ୍ରବୃତି,

ହାରି ହାରି ଜିତିବାର,

ମରି ମରି ବଞ୍ଚିବାର ର 

ଗାଇ ଗାଇ ଜୀବନ ର ଗୀତି

ଚିର କାଳ ଅପେକ୍ଷା ରେ ଅସୁମାରୀ ସପନ ର ମେଳେ

ବର୍ଷା କେବେ ପ୍ରିୟତମI ସ୍ମୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍