ପରିବର୍ତ୍ତନ
ପରିବର୍ତ୍ତନ
1 min
26.1K
ମାଟିର ଓଦା ବାସ୍ନା ସହ
ବର୍ଷା ଫେରିଛି ....
ହେଲେ ତୁମ ସ୍ମୃତିର ,
ମିଠା ବାସ୍ନାରେ ମୁଁ ଆଜି ବି ହଜୁଛି...
ସତ କହୁଛି ସାଥୀ,
ସବୁଥର ପରି ଆଜି କାହିଁ,
ଏ ଓଦା ମାଟିର ବାସ୍ନା
ମୋତେ ହଜେଇ ପାରୁନି .....
ତୁମେ ପାଖେ ଥିଲାବେଳେ ,
ମୁଁ ଜାଣିଥିଲି, ମୋ ଭଳି ତୁମେ ବି
ଭଲପାଉଥିଲ ବର୍ଷାକୁ .....
ଆଉ ବର୍ଷାରେ ଭିଜୁଥିଲାବେଳେ,
ତୁମେ ତ ଦେଖି ପାରୁଥିଲ,
ମୋ ଭିଜା ଆଖିରେ ଲୁହକୁ....।
ଆଜି ଏ ବର୍ଷାର ରୁଣୁଝୁଣୁ ସ୍ବର,
ମୋ କାନରେ କହିଯାଉଛି,
ମୋ ମନର ସାଥୀ ବର୍ଷାକୁ ଭୁଲି,
ଫଗୁଣକୁ ଭଲପାଉଛି ।
