STORYMIRROR

Rakesh Ranjan Ojha

Abstract Romance Fantasy

4  

Rakesh Ranjan Ojha

Abstract Romance Fantasy

ବର୍ଷାମୟ ଏଇ ସନ୍ଧ୍ୟା

ବର୍ଷାମୟ ଏଇ ସନ୍ଧ୍ୟା

1 min
3

ବର୍ଷା ର ଏଇ ନିର୍ଜନ ସନ୍ଧ୍ୟା ରେ ..

ମୁଁ ଏକା ବସି ଥାଏ ,

ଅନ୍ଧାର ସହ ବନ୍ଧୁତା କରି,

ସ୍ମୃତି ଆଲୁଅ ରେ

ଦେଖୁଥାଏ ଅଭୁଲା ଅତୀତ କୁ ...


ବର୍ତମାନ ରୁ ଲମ୍ବିଥାଏ ଏକ ରାସ୍ତା

ସୁନେଲୀ ଅତୀତ ଆଡେ ,

ଆଉ ଆମେ ହାତ ଧରି ଚାଲି ଥାଉ

ସେ ରାସ୍ତା ରେ ,

ବାଟ ଯାକ ଭେଟି ଭେଟି ,

ଆମେ ବିତେଇଥିବା ଚିରସ୍ଥାଇ ମୁହୁର୍ତ ମାନଂକୁ....

ପହଂଚି ଯାଉ ସେଇ ସମୟ ରେ , 

ଯେଉଁଠାରୁ ହେଇଥିଲା ଆମ ସମ୍ପର୍କ ର ସୃଷ୍ଟି ...


ଅଳସି ସନ୍ଧ୍ୟା ର ବୟସ,

ବଢି ବଢି ଯାଏ ..

ହଠାତ୍ ମୁଁ ଦେଖୁଥିବା ସ୍ବପ୍ନ ରୁ

ବାହାରି ଆସେ

ଆଉ ସବୁ ଦିନ ପରି

ମୋ ଏକେଲା ପଣ ର ହାତ ଧରି ,

ବର୍ଷାମୟ ଏଇ ସନ୍ଧ୍ୟା କୁ,

ନିରବ ରେ ବିତେଇ ଦିଏ ....

__*__ _/|*


Rate this content
Log in

Similar oriya poem from Abstract