STORYMIRROR

Rakesh Ranjan Ojha

Romance Tragedy

3  

Rakesh Ranjan Ojha

Romance Tragedy

ବର୍ଷା ପାଇଁ ଗୋଟେ କବିତା

ବର୍ଷା ପାଇଁ ଗୋଟେ କବିତା

1 min
33

ବର୍ଷା ଆସିଲେ ସବୁ ଥର ପରି ,

ରିମ୍ ଝିମ୍ ସ୍ୱରରେ ,

ମୋ ଘର ଅଗଣାରେ କିଏ ଗୀତ ଗାଏ,

ମୋ ଛାତିରେ ଜମି ଥିବା ପାଉଁଶ

ଭିତରୁ କାହା ସ୍ମୃତି ଉଙ୍କି ମାରେ...


ମୁଁ ସ୍ୱପ୍ନାବିଷ୍ଟ ଭଳି

ଉଠି ବସି ଝରକା ସେପଟ ବର୍ଷାକୁ

ମନ ଭରି ଦେଖେ....


କିନ୍ତୁ ଜାଣେ,

ମୁଁ ଦୂରେଇ ସାରିଚି

ବର୍ଷାଠୁ ବହୁତ ଦିନ ହେଲା,

ଅବା ତମେ ଗଲା ପରେ ,

ବର୍ଷା ହଜେଇ ସାରିଛି ,

ତାର ଚିରକାଳ ମାଦକତା ଓ

ବର୍ଷାପଣ..


ବୋଧହୁଏ ,

ଢେର୍ ଦିନ ଆଗରୁ ମୁଁ ହଜେଇସାରିଛି ,

ବର୍ଷା ଓ ତୁମ ଠିକଣା ..

ଏବେ ତ ଖାଲି ଏକଲାପଣର ଡହ ଡହ ଖରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance