STORYMIRROR

Pratima Panda

Abstract

3  

Pratima Panda

Abstract

ଏଇ ଲକଡାଉନରେ

ଏଇ ଲକଡାଉନରେ

1 min
55

ପୃଥିବୀ ଆବର୍ତ୍ତନ ଓ ପରିକ୍ରମଣର

ପାଦେ ପାଦେ ପରିବର୍ତ୍ତନ

 ବିସ୍ମିତ ନୁହେଁ

ବରଂ ମୁଁ ଆଶ୍ୱସ୍ତ

ତୁମ ଏ ପରିବର୍ତ୍ତନ ରେ

କାରଣ ମୁଁ ଜାଣେ

ପରିବର୍ତ୍ତନ ହିଁ ପ୍ରକୃତିର ନିୟମ

ଏବେ ତୁମେ ଅତିସହଜରେ

ମାଗିନିଅ ମୋଠୁ

ମୋ ପରମ ଆୟୁଧମାନ

ଉତ୍କଣ୍ଠା ରେ ଆବୋରିନିଅ

ମୋ ବ୍ୟସ୍ତ ସଂସାର

ଭାଗ ବସେଇ ନିଅ

ମୋ ଉପରେ ନ୍ୟସ୍ତ

ଦାୟିତ୍ୱ ଓ କର୍ତ୍ତବ୍ଯରେ

ଆଶ୍ଚର୍ଯ୍ୟ ଲାଗେ ମତେ

ତଥାପି ଅକ୍ଷୁଣ୍ଣ ଥାଏ

ମୋ ସମସ୍ତ ଅଧୀକାର

ବର୍ଷ ବର୍ଷ ଧରି 

ଶୁଷ୍କ ପଡିଥିବା

ରଙ୍ଗତୂଳୀ ବି ହସିଉଠେ

ଯେବେ ତୁମେ ରଙ୍ଗଭର

ମୋ ଜୀବନ କାନଭାସ୍ ରେ

ବାତାନୁକୂଳିତ କୋଠିରୁ ବି

ଏବେ ତୁମେ ପଦାକୁ ବାହାରିପାର

ନିର୍ଦ୍ୱନ୍ଦ ରେ

ସହିପାର ସହଜରେ

ଧୂଳି ଧୂଆଁ ଆଉ ସୂର୍ଯ୍ୟ କିରଣ

କଣ୍ଟାର ଆଘାତ ବି

ତୁମକୁ କରିପାରେନା ବିଚଳିତ

ତୁମ ସ୍ପର୍ଶ ସଂଜୀବନୀ ଢାଳେ

ଝାଉଁଳି ପଡିଥିବା ଫୁଲପାଖୁଡାରେ

ସତେଜତା ଭରିଯାଏ ଆଉ

ମହକିଉଠି ମୋ ମନ ଉପବନ

ପ୍ରେମର ସୁରଭି ବାଣ୍ଟେ

ପୁରୁଣା ଡାଏରି ରେ

କେଉଁ କାଳରୁ ପୂର୍ଣ୍ଣତାର

 ପ୍ରତୀକ୍ଷାକରୁଥିବା କବିତା ବି

ତୁମ କଲମ ମୁନରେ

ମୋକ୍ଷ ପାଇଯାଏ 

ଦୀର୍ଘଦିନ ଧରି

ପୂନର୍ବିନ୍ୟାସ ଆଶାନେଇ

ଆବର୍ଜନାକୁଣ୍ତେ 

ଶେଷନିଃଶ୍ୱାସ ଗଣୁଥିବା

କିଛି ଅଦରକାରୀ ଜିନିଷ

ଜୀବନ୍ୟାସ ପାଇଯାଏ

ତୁମ ହାତର ଯାଦୁଗରୀ କାରୁକାର୍ଯ୍ୟରେ

ଆଗରୁ ତ ରାତି ହେଉଥିଲା

ସୂର୍ଯ୍ୟ ବି ଉଁଥିଲା ତାରି ବାଗରେ

ଏବେ କିନ୍ତୁ ନିରୋଳାରେ

ସନ୍ଧ୍ୟା ବି ଆସେ

ଆମ ବେଲ୍କୋନିରେ

ଦୁଇ କପ୍ ଗରମ ଚା ଆଉ

କିଛି ଖଟା ମିଠା ସ୍ମୃତିଭିଜା

ବିଭୋର ଆଳାପରେ 

ମୃତ୍ୟୁର ଭୟରେ ହେଉ ବା

ମିଳିଥିବା ସମୟର ସଦୁପଯୋଗରେ ହେଉ

ନିଜର ମନ ଇଚ୍ଛା ଜୀବନଟେ ଜିଁ ହୋଇଯାଏ

କେବଳ ଏଇ ଲକଡାଉନରେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract