STORYMIRROR

Pratima Panda

Abstract

3  

Pratima Panda

Abstract

ଅନନ୍ୟ ସଂପର୍କ

ଅନନ୍ୟ ସଂପର୍କ

1 min
305

ତୁମ ସହ ମୋ ସଂପର୍କ

ମାଟି ଆଉ ଆକାଶର

ତୁମ ସହ ମୋ ସଂପର୍କ

ପଦ୍ମ ଆଉ ସୂର୍ୟ୍ଯ ର ,

ସଠିକ୍ ଭାବେ କହିପାରିବ ତୁମେ

ଏଇ ମାଟିର ବୟସ କେତେ

ଆଉ ପଦ୍ମର ଜନ୍ମବୃତ୍ତାନ୍ତ ?

କହିପାରିବ ତୁମେ 

କେବେଠୁ ଆକାଶ ଚାହିଁଛି ମାଟିକୁ

ଆଉ ପଦ୍ମ ଅପେକ୍ଷିଛି ରବିକୁ?

ଜାଣିଛ କି ତୁମେ

ସେମାନଙ୍କ ସଂପର୍କ ର ଶେଷସୀମା ?

ତେବେ କେମିତି?

କେମିତି ତୁମେ ଆମ ସଂପର୍କ ରେ

ପକେଇବ ପୂର୍ଣ୍ଣଛ୍ଛେଦ?

ପ୍ରତିଶ୍ରୁତି ଦେଉଛି

ଚେଷ୍ଟା କରିବିନି କେବେ ଛୁଇଁବାକୁ

ବିରହ ରେ ଜଳୁଥିବି ପଛେ

ଆଉ କେତେବେଳେ ତୁମେ

ଘୁଞ୍ଚିଯିବ ସିନା ।

କେବଳ ଏତିକି ନିବେଦନ

କେବେ କେମିତି ଢାଳିଦେବ ଯଦି

ବରଷାର ଦୁଇ ଚାରି ବୁନ୍ଦା

ଶୀତଳ ନୀଳ ନୀଳ ଧାରା

ଫିକା ପଡିଯିବ ନାହିଁ

ତୁମ ଅନନ୍ତ ନୀଳିମାର ଗାଢତ୍ୱ,

ହସିଉଠିବି ମୁଁ

ସତେଜ ଶ୍ୟାମଳ ହୋଇ

ସଭିଙ୍କ ଓଠରେ ଆଶାର 

ଲହରୀ ଖେଳାଇ ।

ରେଖାଏ କିରଣ

ଢାଳିଦେବ ଯଦି

ପ୍ରଥମ ପ୍ରହରେ

ଫୁଟିଉଠିବି ମୁଁ ପାଖୁଡା ମେଲାଇ

ଅପଲକେ ଚାହିଁ ଥିବି ତୁମକୁ

ସହାସ୍ୟ ବଦନେ ଜନ୍ମଜନ୍ମାନ୍ତରେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract