ବନ୍ଧନ
ବନ୍ଧନ
1 min
292
କୋମଳ ଲତାଟିଏ ପରି
ଯେବେ ଲୋଟିଯାଏ
ତୁମ ଦୀର୍ଘଶରୀରେ,
ଶକ୍ତି ପରିଚୟ ସବୁ
ତୁଳା ହେଇ ଉଡିଯାଏ
କେଉଁ ଅଜଣା ଦେଶକୁ ।
ଦୁନିଆଁକୁ ମୁଁ ଭୁଲିଯାଏ
ଦୁଃଖ ମତେ ପର କରେ
ତୁମରି ଭିତରେ ଖୋଜିବାକୁ
ଚେଷ୍ଟା କରେ ନୂତନ ଅସ୍ତିତ୍ୱକୁ ।
ପାପ ବି ହୋଇଯାଏ ଅଛୁଆଁ
ଲାଜ ବି ଲାଜେଇଯାଏ
ସାଉଁଟିଦିଅ ଯେବେ
ତୁମେ ମୋ ଅଲରା କେଶକୁ
ଦୀର୍ଘଦିନ ଧରି ନିର୍ବାସନ ଭୋଗୁଥିବା କୋହସବୁ
ହୃଦୟ କାନ୍ଥ ଫଟେଇ
ଲୁହ ହେଇ ପାଇଯାଏ ମୁକ୍ତି
ଆଉ ମୁଁ !ମୁଁ
ନିବିଡରୁ ନିବିଡତର
ଲୁହାଠୁ ବି ଶକ୍ତ
ହେଲେ ଫୁଲଠୁ କୋମଳ
ସେ ବନ୍ଧନରେ ଆଜୀବନ
ଯେମିତି ହୋଇଯାଏ ଛନ୍ଦି
ତଥାପି ମୁଁ ଅନୁଭବ କରେ
ମୁକ୍ତିର ସ୍ୱର୍ଗୀୟ ସ୍ପର୍ଶ ॥