STORYMIRROR

Pratima Panda

Others

3  

Pratima Panda

Others

ଗୁରୁ

ଗୁରୁ

1 min
448


ଶୁଷ୍କ ଜୀବନକୁ ପଲ୍ଲବୀତ କରି

ଭରିଦେଲ କେତେ ରଂଗ

ତୁମେ ଶିଖାଇଲ ଜୀବନ ନାଆରେ

କେମିତି ବାହିବୁ ମଂଗ ।

ଆରୋହଣ ପଥ କଣ୍ଟକିତ ପରା

ଗୋଲାପର ନୁହେଁ ଶେଯ

ସେ ବିଷମ ପଥେ ଆଲୋକ ଦେଖାଇ

ବୁଣିଦେଲ କେତେ ବୀଜ।

ସଂସାର ଜଞ୍ଜାଳ ଭୁଲିଯାଇ ସବୁ

ଆମ ପାଇଁ କଲ ତ୍ୟାଗ

ସେ ସମୟ ମୂଲ୍ୟ ଦେଇ କେ ପାରିବ

ସେମିତି ଅଛି କା ଭାଗ୍ୟ?

ଦେଇ ଆସିଅଛ ଦେଇ ଚାଲିଚାଲିଥିବ

ଗଢି ଚାଲିଥିବ କେତେ ଯେ ସୃଷ୍ଟି

ଆଜି ବି ମାଗୁଛି ଚଲାପଥେ 

ମୋର ଆଶୀର୍ବାଦ କର ବୃଷ୍ଟି ।

ତୁମେ ବ୍ରହ୍ମା ବିଷ୍ଣୁ

ତୁମେ ଦେବ ଦେବ ମହେଶ୍ୱର

ତୁମ ପାଦପଦ୍ମେ 

ସଦା ନତ ହେଇଥାଉ ମୋର ଶିର ॥🙏🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍