STORYMIRROR

Pratima Panda

Romance Others

3  

Pratima Panda

Romance Others

ତୁମକୁ ମାଗିଲି

ତୁମକୁ ମାଗିଲି

1 min
280

ତୁମକୁ ମାଗିଲି

 ତାରାଭର୍ତ୍ତି ରାତିଟେ

ତୁମେ କହିଲ

ଏ ରାତିରେ ଅନ୍ଧାର ବେଶୀ


ତୁମକୁ ମାଗିଲି

ଶୀତଳ ରୂପେଲୀ ଜହ୍ନର ଜୋଛନା

ତୁମେ କହିଲ

ଜହ୍ନ ତ କଳଙ୍କ ଦେଇଛି ମାଖି


ତୁମକୁ ମାଗିଲି

ଶ୍ରାବଣରେ ଭିଜାଭିଜା ଏକ ତାତି

ତୁମେ କହିଲ

ଏ ଅଛାଟ ବର୍ଷା  

ଅସ୍ୱାସ୍ଥ୍ୟକର ନିହାତି


ତୁମକୁ ମାଗିଲି 

ରକ୍ତ ଗୋଲାପର ଏକ ସୁରଭିତ ଉପବନ

ତୁମେ କହିଲ

କଣ୍ଟକିତ ପଥ ଏ

କ୍ଷତାକ୍ତ ହେବ ମନ


ତୁମକୁ ମାଗିଲି

ସାଗର କୂଳରେ ଏକ ନିରୋଲା 

ସାନ୍ଧ୍ୟ ଭ୍ରମଣ

ତୁମେ କହିଲ 

ବ୍ୟର୍ଥ ଏ ସମୟ ଅପଚୟ

ବରଂ କୋଉ ପଞ୍ଚତାରକା ହୋଟେଲରେ

ଚାଲ କରିବା ଭୋଜନ


ତୁମକୁ ମାଗିଲି

ଶୀତୁଆ ରାତିରେ 

ଉଷୁମ ଭରା ଆଳିଙ୍ଗନ

ତୁମେ କହିଲ

ନିଶ୍ଚିତ ଭାବେ ଏ

ଅଳସୁଆମିର ଏକ ଲକ୍ଷଣ ।


ଆଉ କଣ ବା ମାଗିଥାନ୍ତି 

କୋଠା,ବାଡି,ଗାଡି,ଘୋଡା 

ଦାମୀ ପାଟ ଶାଢୀ ଆଉ

ଅଳଙ୍କାର ବୋଝ ତଳେ

ଚାପି ହୋଇଥିବା ଏକ

ନିର୍ଜୀବ ନୀରସ ଜୀବନ???


ପାରିବ ଯଦି

ମୋ ହାତରେ ହାତ ରଖି 

ମୋ ଆଖିରେ ଦୁନିଆଁକୁ ଦେଖ

ସବୁକିଛି ଲାଗିବ ସୁନ୍ଦର

କାଟିବାକୁ ପଡିବନି ସମୟକୁ

ଆପେ ଆପେ ଜୀ ଁ ହେଇଯିବ

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance